BREAKING
Loading...
:

ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟ ରୁ ରେଡକ୍ରସ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ।

 ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟ ରୁ ରେଡକ୍ରସ  ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ।



ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟ ପରିସରରେ ସ୍ଥାପନ କରାଯାଇଥିବା ରେଡକ୍ରସ ହୁଣ୍ଡି ଭାଙ୍ଗି ଲୁଟେରା ମାନେ ୧୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଲୁଟି ନେଇଥିବା ଜଣାପଡିଛି।ଗତ ଶନିବାର ରୁ ୩ ଦିନ ଧରି ତହସିଲ କାର୍ଯ୍ୟାଳୟ ଛୁଟି ଥିବାରୁ ଏହାର ସୁଯୋଗ ନେଇ ଲୁଟେରା ମାନେ ତହସିଲ କାର୍ଯ୍ୟାଳୟ ପରିସରରେ ସ୍ଥିତ ପ୍ରକୋଷ୍ଠ ର ତାଲା ଭାଙ୍ଗି ରେଡକ୍ରସ ହୁଣ୍ଡି ଟି କୁ ବାହାର କୁ ଉଠାଇ ନେଇ ସେଥିରେ ଥିବାଟଙ୍କା ପଇସା ଲୁଟିନେଇ ଥିବା ଜଣା ପଡିଛି। କାଚ ବକ୍ସ ଟିକୁ ଫୋପାଡି ଦେଇଛି।ଏ ସମ୍ପର୍କରେ ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡପଡ଼ା ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି । ଟଙ୍କା ଲୁଟ ଘଟଣାର ଖଣ୍ଡପଡ଼ା ସହରାଞ୍ଚଳ କେତେକ ଅସାମାଜିକ ଯୁବକଙ୍କ ହାତ ଥିବା ନେଇ ସାଧାରଣରେ ଆଲୋଚନା ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS