ଖଣ୍ଡପଡ଼ା ସହର ଅଞ୍ଚଳରେ ରହୁଥିଲେ ମଧ୍ୟ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ବଞ୍ଚିତ ନୁଆ ସାହସପୁରର ବାସିନ୍ଦା।
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହର ର ୧୩ ନମ୍ବର ୱାର୍ଡର ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ବସବାସ କରୁଛନ୍ତି ନୁଆ ସାହସପୁରର ଗ୍ରାମ ବାସିନ୍ଦା । ଏଠାକାର ଜନସଂଖ୍ୟା ୪୫ ରୁ ଉର୍ଦ୍ଧ
ଜଣାପଡିଛି। ରାଜ୍ୟ ସରକାର ୧୯୯୮ ରେ ଖଣ୍ଡପଡ଼ା କୁ ବିଜ୍ଞାପିତ ଅଂଚଳ ପରିଷଦର ମାନ୍ୟତା ପ୍ରଦାନ କରିଥିବାବେଳେ ନୁଆ ଶାହଷ ପୁର ଖଣ୍ଡପଡ଼ା ପୋୖର ପରିଷଦ ନିର୍ବାଚନରେ ପ୍ରତିଥର ମତଦାନ ସାବ୍ୟସ୍ତ କରି ଆସୁଛନ୍ତି । ଏଠାକାର ବାସିନ୍ଦା ଜଳକର, ବିଦ୍ୟୁତ ଦେୟ ଠାରୁ ଆରମ୍ଭ କରି ସରକାର ଙ୍କ ନୀତି ନିୟମ ଅନୁସାରେ ଖଣ୍ଡପଡ଼ା ଏନ୍ ଏ ସି କର୍ତ୍ତୃପକ୍ଷ ଙ୍କୁ ସମସ୍ତ ଦେୟ ପ୍ରଦାନ କରିଆସୁଛନ୍ତି। ମାତ୍ର ସ୍ଥାନୀୟ ବାସିନ୍ଦାଙ୍କ ରହୁଥିବା ଜାଗାର ପଟା ଅଦ୍ୟାବଧି ପାଇନଥିବା ର ଜଣାପଡିଛି। ଫଳରେ ଏଠାକାର ବାସିନ୍ଦା ମାନେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇବାର ଅସୁବିଧା ସମୁଖୀନ ହୋଇ ଆସୁଛନ୍ତି। ଜିଲ୍ଲା ପାଳ ଙ୍କ ଠାରୁ ଆରମ୍ଭ କରି ଖଣ୍ଡପଡ଼ା ତହସିଲ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ନିରାଶ ହୋଇ ଆଜି ପ୍ରଜନ୍ତ ରହୁଥିବା ଜାଗାର ପଟା ପ୍ରଦାନ ରେ ପ୍ରଶାସନ ଟଳାଟୁଳ ନୀତି ଅବଲମ୍ବନ କରି ଆସୁଛନ୍ତି। ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଜାଗା କୁ ଜଙ୍ଗଲ ଜମିରେ ରହୁଥିବା ଦର୍ଶାଇ ଜାଗର ପଟା ପ୍ରଦାନ କରୁନଥିବା ଜଣାପଡ଼ିଛି। ଫଳରେ ବାସିନ୍ଦା ଙ୍କ ପିଲା ମାନଙ୍କ ପାଠପଢ଼ା ରେ ଓ ସରକାରୀ କାର୍ଯ୍ୟ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଦାଖଲ କରିବାରେ ବିଫଳ ହେଉଛନ୍ତି। ଏହା ଦ୍ବାରା ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁନ୍ତି ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ରାଜସ୍ବ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। ସ୍ଥାନୀୟ ବିଧାୟକ, ଏନ୍ ଏ ସି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସମସ୍ତ ନୁଆ ଶାହଷ ପୁର ସମସ୍ତ ଜନସାଧାରଣଙ୍କ ସୁବିଧା ଉପଲବ୍ଧ କରାଇବା ପାଇଁ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق