୧୮ ଲିଟର ଦେଶୀ ମଦ ସହିତ ଜଣେ ଗିରଫ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଅବକାରୀ ବିଭାଗ ପକ୍ଷରୁ ସିଧାମୂଳା ପଞ୍ଚାୟତ ଅଧିନ କନାସିଂ ଗ୍ରାମରେ ବୁଧବାର ଅଚାନକ ଚଢାଉ କରାଯାଇ ଆର୍ତ୍ତବନ୍ଧୁ ସିଂ(୫୦) ଙ୍କ ଘରୁ ୧୮ ଲିଟର ଦେଶୀମଦ ଜବତ କରାଯିବା ସହ ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ଅଦାଲତ ଚାଲାଣ କରାଯାଇଥିବା ବିଭାଗୀୟ କାର୍ଯ୍ଯାଳୟ ସୁତ୍ରରୁ ଜଣାପଡିଛି।ଖଣ୍ଡପଡ଼ା ଅବକାରୀ ଅଧିକାରୀ ଦୀପକ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ କର୍ମଚାରୀମାନେ ଚଢାଉ ଅଭିଯାନରେ ସାମିଲ ହୋଇଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق