ସ୍ଵେଚ୍ଛାସେବୀ ପ୍ରଗତି ଅନୁଷ୍ଠାନ ଦ୍ୱାରା ରାଜ୍ୟସ୍ତରୀୟ ଦେଶୀ ବିହନ ଓ ଖାଦ୍ୟ ମହୋତ୍ସବ ଅନୁଷ୍ଠିତ l
କୋରାପୁଟ (ମଣିଭଦ୍ରା ଖବର) ଆଜି ସ୍ଥାନୀୟ ନିଶାନି ମୁଣ୍ଡା ଠାରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି ଦ୍ଵାରା ଦୁଇଦିନିଆ ରାଜ୍ୟ ସ୍ତରୀୟ ଦେଶୀ ବିହନ ଓ ଖାଦ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଏହି କାର୍ଯ୍ୟକ୍ରମ ର ରୂପରେଖ ବିଷୟରେ ଆଲୋକପାତ କରିଥିଲେ l ପ୍ରଗତି ଅନୁଷ୍ଠାନ ଫିଳ୍ପୋଇନ ର ଏକ ସଂସ୍ଥା ଦ୍ଵାରା କଳା ଜିରlକୁ ବେଇ ଏକ ଏମ ୟୁ ସ୍ୱାକ୍ଷର କରି ଥିବା ବେଳେ ଧାନ ବିହନ ସଂରକ୍ଷଣ ପାଇଁ କୃତିତ୍ୱ ହାସଲ କରିଥିବା କିଛି ଚାଷୀ ଆଉ ବୌଜ୍ଞlନିକ ଙ୍କୁ ପୁରସ୍କୁତ କରାଯାଇଥିବା ବେଳେ ଏ ଉପଲକ୍ଷେ ଶହେ ରୁ ଉର୍ଦ୍ଧ୍ ବିଭିନ୍ନ ପ୍ରକାର ଷ୍ଟଲ ବି ଖୋଲାଯାଇଥିବା ର ଦେଖାଯାଇଥିଲା l ଅନ୍ୟ ଅତିଥି ଭାବେ କୋରାପୁଟ ଓ ଜୟପୁର ବିଧାୟକ କୋରାପୁଟ ପୌର ପlଳିକl ଅଧ୍ୟକ୍ଷ ସମେତ ଅନ୍ୟ ନିମନ୍ତ୍ରିତ ଅତିଥି ଯୋଗଦେଇ ଥିଲେ ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ଚାଷୀମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ଅନୁଷ୍ଠାନ ର ମୁଖ୍ୟ ପ୍ରଭାକର ଅଧିକାରୀ ସମେତ ଅନୁଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق