BREAKING
Loading...
:

ସ୍ୱତନ୍ତ୍ର ବ୍ଲକ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣୀରେ ଦାବିପତ୍ର ପ୍ରଦାନ

 ସ୍ୱତନ୍ତ୍ର ବ୍ଲକ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣୀରେ ଦାବିପତ୍ର ପ୍ରଦାନ 

ସମ୍ବଲପୁର:( ମଣିଭଦ୍ରା ଖବର) 


ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ଜୁଯୋମୁରା ବ୍ଲକ ବିଭାଜନ ପାଇଁ ଆଜି ପଡ଼ିଆବାହାଲ ଅଞ୍ଚଳର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣୀ ରେ ସ୍ୱତନ୍ତ୍ର ବ୍ଲକ ଗଠନ ଯୁକ୍ତି ଉପସ୍ଥାପନା କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜୁଯୋମୁରା ଜୋନ ୧ର ସମସ୍ତ ପଞ୍ଚାୟତ ସହ  ଅନ୍ୟ କେତୋଟି ପଞ୍ଚାୟତ କୁ ନେଇ ଏକ ନୂତନ ବ୍ଲକ ଗଠନ ପାଇଁ ସରକାରଙ୍କ ଦୋହରା ଦାବି ରଖି ଏହି ଦାବିପତ୍ର ଆଜି ସମ୍ବଲପୁର ମହାନଗର ନିଗମରେ ହେଉଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣୀ ସମୟରେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ  ପ୍ରଦାନ କରାଯାଇଛି। ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ଓ ଜନ ସାଧାରଣଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ରକୁ ଜୁଯୋମୁରା ବ୍ଲକ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ମିଶ୍ର, ତାପସ ମହାପାତ୍ର, କପିଳ ପ୍ରଧାନ, ନରେଶ ପ୍ରଧାନ, ସୋମ୍ୟରଞ୍ଜନ ବଡ଼ପଣ୍ଡା  ଓ ସାମାଜିକ କର୍ମୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ପ୍ରଦାନ କରିଥିଲେ। ଏଠାରେ ସୂଚନା ଯୋଗ୍ୟଯେ, ଦୀର୍ଘ ଦଶନ୍ଧି ତଳେ ଏହି ଦାବି ଉପରେ ସରକାରଙ୍କ ବିଚାରାଧୀନ ରହିଛି। ଏପରିକି   ବିଭିନ୍ନ ପଞ୍ଚାୟତରେ ଏଥିପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିବା ବେଳେ ଜୁଯୋମୁରା ବ୍ଲକ ସମିତି ବୈଠକରେ ମଧ୍ୟ ସ୍ୱତନ୍ତ୍ର ବ୍ଲକ ଗଠନ ନେଇ ପ୍ରସ୍ତାବ ଗ୍ରହଣ କରାଯାଇଛି। ଜୁଯୋମୁରା ବ୍ଲକ ଜୋନ -୧ ପାଇଁ ସାମାଜିକ, ଗମନା ଗମନ, ଦୂରତା, ଭୌଗଳିକ ସବୁ ଦୃଷ୍ଟି କୋଣରୁ ସମସ୍ୟା ହେଉଥିବାରୁ  ସ୍ୱତନ୍ତ୍ର ବ୍ଲକ ଦାବି ନେଇ ଦୀର୍ଘ ଦଶନ୍ଧି ଧରି ଏହି ଦାବି ହୋଇ ଆସୁଛି। ଏପରିକି ବ୍ଲକ ସ୍ତରୀୟ କୌଣସି ସାମାଜିକ କାମରେ ଜୁଯୋମୁରା ଅଞ୍ଚଳର କେତୋଟି ପଞ୍ଚାୟତକୁ ବାଦ ଦେଲେ ଜୁଯୋମୁରା ଜୋନ-୧ ର କୌଣସି ପ୍ରତିନିଧିତ୍ୱ ଅବା ଉପସ୍ଥିତି ଦେଖିବାକୁ ମିଳିନଥାଏ। ବ୍ଲକ କର୍ତ୍ତୃପକ୍ଷ ମଧ୍ୟ୍ୟ ଏ କ୍ଷେତ୍ରରେ ପାତର ଅନ୍ତର କରିବା ଦୀର୍ଘ ଦିନର ମୁକସାକ୍ଷୀ ହୋଇରହିଛି। ଏପରିକି ଜନ ଶୁଣାଣି ଉଭୟ ଜୋନରେ ହେବାକୁ ବହୁ ଥର ନିଷ୍ପତ୍ତି ହୋଇଥିଲେ ବି ଜୋନ୍ -୧ରେ ଆଜିଯାଏ ଏହା ହୋଇପାରୁନି। ଏପରିକି ବ୍ଲକର କୌଣସି ଏକ ଷ୍ଟାଣ୍ଡିଙ୍ଗ କମିଟିରେ ଜୁଯୋମୁରା -ଜୋନ ୧ ର କୌଣସି ଜଣେ ବ୍ୟକ୍ତି ବିଶେଷଙ୍କୁ ସଭ୍ୟ ଭାବେ ଗ୍ରହଣ କରାଯାଉନାହିଁ। ଏପରିକି ବିଶେଷ ଦିବସ କାହିଁକି କୌଣସି ସଭା ସମିତିରେ ଜୋନ -୧ ବ୍ୟକ୍ତି ବିଶେଷଙ୍କୁ ଅଣଦେଖା ଓ ଅବହେଳା କରିବା ବ୍ଲକ ପ୍ରଶାସନର ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଛି। ଫଳରେ ଏନେଇ ଜନ ଅସନ୍ତୋଷ ମଧ୍ୟ ଅନ୍ୟତମ କାରଣ ହୋଇଛି।ସ୍ୱତନ୍ତ୍ର ବ୍ଲକ ହିଁ ପ୍ରଶାସନିକ ସେବା ପାଇଁ ଏକମାତ୍ର ବିକଳ୍ପ ହୋଇଥିବାରୁ ସ୍ୱତନ୍ତ୍ର ବ୍ଲକ ଗଠନ ଉପରେ ଅଞ୍ଚଳବାସୀଙ୍କ ସହିତ ବିସ୍ତୃତ ଆଲୋଚନା କରି  ନୂତନ ବ୍ଲକ ଗଠନ ପାଇଁ ସରକାରଙ୍କ ଠାରେ ପୁଣି ଦାବି ଉପସ୍ଥାପିତ କରିବାକୁ ସର୍ବ ସମ୍ମତି ନିଷ୍ପତ୍ତି ନେବା ପରେ ଏହି ଦାବି ପତ୍ର ପ୍ରଦାନ କରାଯାଇଥିବା ବ୍ଲକ ପୁନଃ ଗଠନ କ୍ରିୟାନୁଷ୍ଠାନ କମିଟିର ଅନ୍ୟତମ ସଦସ୍ୟ ଡାକ୍ତର ରାଜାରାମ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। ଏପରିକି ଏହି ଦାବି ପତ୍ରରେ ସ୍ୱତନ୍ତ୍ର ବ୍ଲକ ସହିତ, ନୂତନ ତହସିଲ, ଥାନା ପ୍ରତିଷ୍ଠା ସହିତ ପଡିଆବାହାଲ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉନ୍ନୀତ କରାଇ ୨୪ ଘଣ୍ଟିଆ ଡାକ୍ତରୀ ସେବା ପାଇଁ ଦାବି ରଖାଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS