BREAKING
Loading...
:

ଖଣ୍ଡପଡ଼ା ସ୍ଵାଭିମାନ ମଞ୍ଚର ଶକ୍ତି ପ୍ରଦର୍ଶନ ବ୍ଲକ ବାହାର ନେତାଙ୍କୁ ବିରୋଧ ନିଷ୍ପତ୍ତି।

 ଖଣ୍ଡପଡ଼ା ସ୍ଵାଭିମାନ ମଞ୍ଚର ଶକ୍ତି ପ୍ରଦର୍ଶନ

ବ୍ଲକ ବାହାର ନେତାଙ୍କୁ ବିରୋଧ ନିଷ୍ପତ୍ତି। 

ଖଣ୍ଡପଡ଼ା,  (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ରାଜନୀତିରେ ଭାପୁର ଅଞ୍ଚଳର ନେତାମାନେ  ମୁଣ୍ଡ ଖେଳାଉଥିବାରୁ  ଏନେଇ ଅସନ୍ତୋଷ ପ୍ରକାଶ ପାଇଛି।ଖଣ୍ଡପଡ଼ା ବିଧାୟକଙ୍କୁ ପ୍ରଭାବିତ କରି ବର୍ଷବର୍ଷ ଧରି ଦଳକୁ ସଂଗଠିତ କରି ରଖିଥିବା ନେତା ଓ କର୍ମୀଙ୍କୁ ହଇରାଣ କରାଯାଉଛି। ସ୍ଥିତି ଏପରି ହେଲାଣି ବିଧାୟକଙ୍କ ଉପସ୍ଥିତି ସତ୍ବେ ଭାପୁର ଅଞ୍ଚଳର ନେତାମାନେ ଖଣ୍ଡପଡ଼ା ରାଜନୀତିରେ ମୁଣ୍ଡ ଖେଳାଇ ନିଷ୍ପତ୍ତି ନେଉଛନ୍ତି। ଫଳରେ କର୍ମୀଙ୍କ ମଧ୍ୟରେ ହାତାଶା ଭାବ ଦେଖା ଦେବା ସହ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଏହି କ୍ରମରେ ଦଳୀୟ ଛାମୁଆଁ କର୍ମୀ ଓ ପଞ୍ଚାୟତସ୍ତରୀୟ ଛାମୁଆ ନେତାମାନେ ଖଣ୍ଡପଡ଼ା ସ୍ବାଭିମାନ ମଞ୍ଚ ବ୍ୟାନର ତଳେ ଏକାଠି ହେବାସହ ଖଣ୍ଡପଡ଼ା ରାଜନୀତିରେ ହସ୍ତକ୍ଷେପ କରୁଥିବା ଭାପୁର ଅଞ୍ଚଳର ନେତାମାନଙ୍କୁ ତୀବ୍ର ବିରୋଧ କରିଛନ୍ତି। ଖଣ୍ଡପଡ଼ା ବ୍ଲକ ଅଧୀନ ଯୋଗିଆପଲ୍ଲୀ  କଲ୍ୟାଣ ମଣ୍ଡପ ପରିସରରେ ରବିବାର ଆୟୋଜିତ କାର୍ଯ୍ଯକ୍ରମରେ ଖଣ୍ଡପଡ଼ା ସ୍ଵାଭିମାନ ମଞ୍ଚ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ସ୍ଥାନୀୟ ବିଧାୟକଙ୍କୁ ପରୋକ୍ଷରେ ଚେତାବନୀ ଦେଇଛି। ଏପରିକି ସାଂପ୍ରତିକ ଖଣ୍ଡପଡ଼ା ରାଜନୀତିର ପ୍ରତ୍ୟେକ କ୍ଷେତ୍ରରେ  ବିଧାୟକ ହସ୍ତକ୍ଷେପ ନକଲେ  ଏଣିକି ପ୍ରତି ପଞ୍ଚାୟତରେ ଭାପୁର ଅଞ୍ଚଳର ନେତାଙ୍କୁ ତୀବ୍ର ବିରୋଧ କରାଯିବ ବୋଲି ଖଣ୍ଡପଡ଼ା ସ୍ଵାଭିମାନ ମଞ୍ଚ ନିଷ୍ପତ୍ତି ନେଇଛି। ମିଳିଥିବା ସୂଚନା ଅନୁଯାୟୀ ଯୁବନେତା ଇଂ ଦେବବ୍ରତ ବେହେରାଙ୍କ ନେତୃତ୍ବରେ ବିଜେପି ଯୁବ ନେତା ସସ୍ମିନ ସାହୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସସ୍ମିତା ତ୍ରିପାଠୀ ପ୍ରମୁଖ ବହୁ ଛାମୁଆଁ ନେତା ଓ କର୍ମୀ ଏକାଠି ହୋଇ  ଅସନ୍ତୋଷ ପ୍ରକାଶ କରିଛନ୍ତି। ନିର୍ବାଚନକୁ ପାଖାପାଖି ବର୍ଷେ ପୁରିବାକୁ ବସି ଥିବାବେଳେ ଏଯାବତ ଉନ୍ନୟନମୂଳକ କାର୍ଯ୍ୟ ପୁରା ଠପ ହୋଇଯାଇଛି। ଭାପୁର ଅଞ୍ଚଳର ନେତାମାନେ ଏବେ ଖଣ୍ଡପଡ଼ା ରାଜନୀତିରେ ଅଯଥା ହସ୍ତକ୍ଷେପ କରୁଥିବାରୁ ସ୍ବାଭିମାନ ମଞ୍ଚ ଏହାର ଦୃଢ ନିନ୍ଦା କରିଛି। ଆଗାମୀ ଦିନରେ ବିଭିନ୍ନ ପଞ୍ଚାୟତରେ ସ୍ବାଭିମାନ ମଞ୍ଚ ପକ୍ଷରୁ ବିଧାୟକଙ୍କ ଏଭଳି କାର୍ଯ୍ଯକଳାପ ଓ ନୀରବତାକୁ ତୀବ୍ର ବିରୋଧ କରାଯିବ ବୋଲି ଖଣ୍ଡପଡ଼ା ସ୍ଵାଭିମାନ ମଞ୍ଚ ନିଷ୍ପତ୍ତି ନେଇଥିବା ଜଣାଯାଇଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS