ଅଭିଯୋଗ କଲେ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି କର୍ମଚାରୀ ଗଣ।
***************************ସୋସାଇଟି ର କଳା କାରନାମା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ରଖିଲେ କର୍ମଚାରୀ ଗଣ।
***************************
ରାଜ୍ୟ ବ୍ୟାପୀ ସମସ୍ୟା ର ଆଶୁ ସମାଧାନ ପାଇଁ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ର କର୍ମଚାରୀ ଗଣ ହେଲେ ଇ୍.ଓ.ଡବ୍ଲ୍ୟୁ ର ଦ୍ଵାରସ୍ଥ।
***************************
ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିମିଟେଡ ର ବିଭିନ୍ନ ଜିଲ୍ଲା ର ଅସନ୍ତୁଷ୍ଟ କର୍ମଚାରୀ ମାନେ ଏକାଠି ହୋଇ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଦ୍ବାରା ହେଉଥିବା ଠକାମି କୁ ଵିରୋଧ କରି ଆରକ୍ଷୀ ଅଧିକ୍ଷକ ଇକୋନୋମିକ୍ସ ଓଫେନ୍ସ ଓ୍ବିଙ୍ଗ/ଅର୍ଥନୈତିକ ଅପରାଧ ଶାଖା ସାକ୍ଷାତକାର କରିଵା ସହିତ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିମିଟେଡ ଜନିତ କର୍ମଚାରୀ ତଥା ସାଧାରଣ ଜନତା ଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ।ସମସ୍ୟା ର ସମାଧାନ ପାଇଁ ଚାରି ପୃଷ୍ଠାର ଅଭିଯୋଗ ପତ୍ର ଓ ଏକ ପୂଷ୍ଠା ର ଦାବି ପତ୍ର ପ୍ରଦାନ କରିଥିଲେ ଯାହାକି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିଵା ସହିତ ସୋସାଇଟି ର ସମସ୍ୟା ପାଇଁ ସମ୍ପୃକ୍ତ ଅଧିକାରୀ ଯଥା ସୋସାଇଟି ମୂଖ୍ୟ ଶ୍ୟାମ ଲାଲ୍ ପଧାନ, ସଭାପତି ସୁନିତା ବାଗ୍,ସ୍ଵରୁପ ରାଉତ୍, ସନ୍ଦୀପ ପାଲ,ଶ୍ରୀଧର ବେହେରା,ଯୋଗାନନ୍ଦ ମେହେର ଙ୍କ କାର୍ଯ୍ୟ କଳାପ ସନ୍ଦେହ ଜନକ ଥିବା ବେଳେ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି ରଖିଥିଲେ।
ପ୍ରକାଶ ଥାଉ କି ଏହି ସଂସ୍ଥା ଦୀର୍ଘ ୨୨ ବର୍ଷ ଧରି ନିଜର କାର୍ଯ୍ୟ କରି ଆସୁଥିବା ବେଳେ ମୂଖ୍ୟ କାର୍ଯ୍ୟାଳୟ ପ୍ଲଟ ନମ୍ଵର ୩୩୬/୩୭୪ ତମାଣ୍ଡୋ, ଭୁବନେଶ୍ୱର ଜିଲ୍ଲା ଖୋର୍ଦ୍ଧା ନିଜକୁ ସେମି ଗଭର୍ଣ୍ଣମେଣ୍ଟ ସଂସ୍ଥା ର ପରିଚୟ ଦେଇ ଚାକିରୀ ଦେବା ନାମ ରେ ସାରା ଓଡ଼ିଶାରେ ଲୋକ ମାନଙ୍କ ଠାରୁ ଅଗ୍ରିମ ୧୧୮୦ଟଙ୍କା/୨୩୬୦ଟଙ୍କା ନେବା ସହ ନେଟୱର୍କିଂ ମାର୍କେଟିଂ ଭଳି ନିଯୁକ୍ତି କରିବା ପୂର୍ବକ ସାଧାରଣ ଜନତା ଙ୍କ ଠାରୁ ୫୫୦/୨୫୦ ଟଙ୍କା ପାସ୍ ବୁକ୍ ବାବଦରେ ନେଇ ଲୋକ ମାନଙ୍କୁ ୧୦% ରୁ ୫୦% ରିହାତି ଦର ରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗାଇଦେବା ସହ,ଦୁର୍ଘଟଣା ଜନିତ ପାଞ୍ଚ ହଜାର ରୁ ଏକ ଲକ୍ଷ ପର୍ଯ୍ୟନ୍ତ ସହାୟତା ରାଶି,ମୃତ୍ୟୁ ବରଣ କଲେ ନୋମିନି କୁ ୨୦୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ସହିତ ଦଶ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ପ୍ରଦାନ କରିବାର ଲୋଭନୀୟ ପ୍ରତିଶ୍ରୁତି ଦେଖାଇ ଓଡ଼ିଶା ରାଜ୍ୟ ର ପ୍ରତୈକ ଜିଲ୍ଲା ରୁ ,ବ୍ଲକ ରୁ ଓ ଗ୍ରାମ ରୁ କୋଟି କୋଟି ଟଙ୍କା ଲୁଟି ନେଇଥିବା ବେଳେ ପ୍ରତିଶୃତି ମୁତାବକ ମାର୍ଟ ଖୋଲି ଲୋକ ମାନଙ୍କୁ ସାମଗ୍ରୀ ଯୋଗାଇବାରେ ଅନିୟମିତତା,ପାସ୍ ବୁକ୍ ଯୋଗାଇବା କୁହନ୍ତୁ ଅବା କର୍ମଚାରୀ ମାନଙ୍କୁ ରୋଜଗାର ଦେବାରେ ଅସାମର୍ଥ୍ୟତା ଭଳି ସମସ୍ୟା କୁ ଅଣଦେଖା କରି ପର୍ଯ୍ୟାୟ କ୍ରମେ ଘଡିକେ ଘୋଡା ଛୁଟିଲା ଭଳି ନୀତି ଅବଲମ୍ବନ କରି ଉପରିସ୍ଥ କର୍ମଚାରୀ ମତ ପରିବର୍ତ୍ତନ କରୁଥିବା ବେଳେ ଭିନ୍ନ ଭିନ୍ନ ବିଭ୍ରାନ୍ତିକର ଭିତ୍ତିହୀନ ଯୋଜନା ଜରିଆ ରେ ପ୍ରଲୋଭିତ କରି ଅର୍ଥ ହରି ଲୁଟ୍ କରିଚାଲିଛି।
ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲି,ଆଗ୍ରୋ ଆଣ୍ଡ ଲେବର ମଲ୍ଟି ଷ୍ଟେଟ୍ କର୍ପୋରେସନ,ଏସ୍ ଏସ୍ ମାର୍ଟ,ଏସ୍ ଏସ୍ ନିଉଜ୍ 24 ମେଡିଆ,ମାଇଁ ମିଶନ ଆଦି ନାମରେ ବିଭିନ୍ନ ଯୋଜନା କରି ଲୋକ ମାନଙ୍କୁ ଠକିବା ସହିତ ସରକାରୀ ଚାକିରି କରିଦେବ ବୋଲି କହି 10000ଟଙ୍କା ଆଦାୟ କରିବା ତଥା ଲୋନ କରେଇଦେବ ବୋଲି କହି ଗ୍ରାହକ ମାନଙ୍କ ଠାରୁ ଅତିରିକ୍ତ ଅର୍ଥ ଆଦାୟ କରିବା ଓ ସୋଲାର ସିଷ୍ଟମ ଇନ୍ଷ୍ଟାଲେସନ ଜରିଆ ରେ ଟଙ୍କା ଆଦାୟ କରିବା ପରେ ମଧ୍ୟ ସମଗ୍ର ଓଡ଼ିଶା ରାଜ୍ୟରେ ବହୁ କର୍ମଚାରୀ ତଥା ସାଧାରଣ ଜନତା ପ୍ରତିଶ୍ରୁତି ମୂତାବକ ସୁବିଧା ସୁଯୋଗ ରୁ ବଞ୍ଚିତ।
ଅତୈବ ଚାରି ପୃଷ୍ଠା ସଂଲଗ୍ନ ଅଭିଯୋଗ ପତ୍ର ଓ ଏକ ପୃଷ୍ଠା ର ଦାଵି ପତ୍ରକୁ ଆଧାର କରି ଉପଯୁକ୍ତ ତଦନ୍ତ ପୂର୍ବକ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିଵା ସହିତ ଆଶୁ ସମସ୍ୟାର ସମାଧାନ ତଥା ସାଧାରଣ ଜନତାଙ୍କୁ ତାଙ୍କର ଟଙ୍କା ଫେରସ୍ତ କରାଗଲେ ସାରା ଓଡ଼ିଶା ରେ ଅନେକ ସାଧାରଣ ନିରୀହ ଜନତା ଠକାମି ରୁ ରକ୍ଷା ପାଇ ପାରିବେ ବୋଲି କର୍ମଚାରୀ ଗଣ ଆଶାବାଦୀ ଅଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق