BREAKING
Loading...
:

ସରକାରୀ ପାଠାଗାର ପାର୍କିଂ ସାଜିଛି ଉଠା ଜଳଖିଆ ଦୋକାନୀଙ୍କ ଆଡ୍ଡା ସ୍ଥଳ ଭୁସୁଡ଼ିଚି ଟ୍ରାଫିକ ବ୍ୟବସ୍ଥା

 ସରକାରୀ ପାଠାଗାର ପାର୍କିଂ ସାଜିଛି ଉଠା ଜଳଖିଆ ଦୋକାନୀଙ୍କ ଆଡ୍ଡା ସ୍ଥଳ ଭୁସୁଡ଼ିଚି ଟ୍ରାଫିକ ବ୍ୟବସ୍ଥା 


ବ୍ରହ୍ମପୁର (ମଣିଭଦ୍ରା ଖବର) ସଂତୋଷି ମା ମନ୍ଦିର ଆଗରେ ଥିବା ସରକାରୀ ପାଠାଗାର ପାର୍କିଂ ସାଜିଛି ଉଠା ଜଳ ଖିଆ ଦୋକାନୀଙ୍କ ଆଡ୍ଡା ସ୍ଥଳ। ପାଠା ଗାର କୁ ଆସୁଥିବା ଜନ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାର୍କିଂ ବ୍ୟବସ୍ଥା ଅଛି କିନ୍ତୁ ଜଳ ଖିଆ ହୋଟେଲ ଉଠା ଦୋକାନମାନେ ଆଡ୍ଡା ଜମାଇଛନ୍ତି। ସେଠାରୁ ଜଳଖିଆ ଆଣି ସାହିବାସୀଙ୍କ ଘର ଆଗରେ ଆଡ୍ଡା ଜମାଇ, ନିଶା ପାନ କରି, ଅସାମାଜିକ ବ୍ୟକ୍ତିମାନେ ମଦ୍ୟ ପାନ କରିବା ଫଳରେ ପିଲାଛୁଆ ଧରି ରାତି ଦସଟା ରେ ଘରକୁ ଫେରିବା କଷ୍ଟସାଧ୍ୟ ଅନୁଭବ କରୁଛନ୍ତି। ସାହି ପଡିଶା ଲୋକମାନେ ଏହାକୁ ବିରୋଧ କରୁଛନ୍ତି। ହେଲେ ଦୋକାନୀ ମାନେ ନିଜ ନିଜ ମଧ୍ୟରେ ଆଡ୍ଡା ଜମାଇ ଇଆଡୁ ସିଆଡୁ ଅଭ୍ୟାର୍ଥ ଭାଷା ରେ କହିବାକୁ ପଛାଉ ନାହାଁନ୍ତି। ଟ୍ରାଫିକ ପୋଲିସ ଜାଣି ଜାଣି ଚୁପ୍ ରହିବାର କାରଣ ଖୋଜୁଛନ୍ତି ତୋଟା ସାହି ବାସି। ସରକାରୀ ପାଠାଗାରକୁ ଖବର କାଗଜ ପଢିବାକୁ ବହୁତ କମ ଲୋକ ଆସୁଥିବାରୁ ପାଠାଗାର ଟି ଶିଘ୍ର ବନ୍ଦ ହେଇଯିବ ନିଶ୍ଚୟ। ଏଣୁ ବ୍ରହ୍ମପୁର ମହାନଗର ନିଗମ ପ୍ରଶାସନକୁ ଅନୁରୋଧ ଏଠାରୁ ଉଠା ଦୋକାନୀଙ୍କୁ ଉଠାଇ ଅନ୍ୟତ୍ର ଥଇ ଥାନ କରିବାକୁ। ଏଠାରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ ନହେଲେ ସାହି ବାସିଙ୍କ ଅସୁବିଧା ବା କିଛି ଅଘଟଣ ହେବ ଆଶଙ୍କା ଥିବାରୁ ସାହି ବାସି, ପ୍ରଶାସନକୁ ଅନୁରୋଧ କରୁଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS