BREAKING
Loading...
:

ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

 ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଉତପଡାର ଭାରପ୍ରାପ୍ତ  ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କୁ ବିଦ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଆଜିର ଏହି ଅବସରକାଳୀନ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ  ଅତିରିକ୍ତ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ବେହେରା, ବିନୋଦିନୀ ପଣ୍ଡା, ନିରୁପମା ମହାପାତ୍ର, ବେଲପଡାପାଟଣା ସରପଞ୍ଚ ସୁକାନ୍ତ କୁମାର ଗଣ୍ଠିଆ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଜୟ କୁମାର ମହାରଣା,ସମ୍ପାଦକ ସୁରେଶ କୁମାର ବେହେରା, ପରିଚାଳନା କମିଟିର ସଭାପତି ପ୍ରତାପ କୁମାର ବେହେରା ,ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ନୟାଗଡ ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ମାନସ କୁମାର ସାହୁ ଓ ଶ୍ରୀ ମନୋରଞ୍ଜନ ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ବିଦ୍ୟାଳୟ ତରଫରୁ ବିଦାୟୀ ଶିକ୍ଷକଙ୍କୁ ଉପଢୌକନ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।


 ଛାତ୍ର ଛାତ୍ରୀ ମାନେ ବିଦାୟୀ ପ୍ରଧାନଶିକ୍ଷକଙ୍କ ସମ୍ବନ୍ଧରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିଥି ମାନେ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ୬ ବର୍ଷ ଧରି ସେ ସିଆରସିସି ଭାବେ ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିଛନ୍ତି । ଚାକିରି ଜୀବନରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ବିଦ୍ୟାଳୟ ପ୍ରତି ନିଜର ସହଯୋଗ ସବୁବେଳେ ପ୍ରଦାନ କରିବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । 

ଜଣେ ଦକ୍ଷ, ଛାତ୍ର ବତ୍ସଳ ତଥା ହୃଦୟବାନ ମଣିଷ ଭାବେ ସେ ବେଶ୍ ଜଣାଶୁଣା ଥିଲେ । ପ୍ରଧାନଶିକ୍ଷକଙ୍କୁ ବ୍ଳକ ଶିକ୍ଷା ଅଧିକାରୀଙ୍କ ତରଫରୁ ଫାଇନାଲ ପେନସନ ପ୍ରଦାନ କରାଯାଇଥିଲା । ସିଆରସିସି ସୁଶାନ୍ତ କୁମାର ରଣା ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ  ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ବିଦାୟୀ ଶିକ୍ଷକଙ୍କୁ ସଂକୀର୍ତ୍ତନ କରି ଗ୍ରାମ ପରିକ୍ରମା କରି ନିଜ ନିଜର ବାସଭବନରେ ଛାଡ଼ି ଦେଇଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS