BREAKING
Loading...
:

ଜନ୍ମବେଦୀରେ ଶ୍ରୀ ଜୀଉ

 ଜନ୍ମବେଦୀରେ ଶ୍ରୀ ଜୀଉ               



  ଖଣ୍ଡପଡ଼ା ୨୯|୬ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ସହରର ଗୁଣ୍ଡିଚାଘର ଜନ୍ମବେଦୀରେ ଶ୍ରୀ ଜଗନ୍ନାଥଜୀଉ , ପ୍ରଭୁ ପତିତପାବନଜୀଉ ଓ ସୁଦର୍ଶନ ଏବେ ପୂଜା ପାଉଛନ୍ତି। ବିଗ୍ରହମାନଙ୍କ ସଂନ୍ଧ୍ଯା ଆଳତି ଦର୍ଶନ ନିମନ୍ତେ ଗୁଣ୍ଡିଚାଘର  ନିକଟରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଖଣ୍ଡପଡ଼ା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ବିଭିନ୍ନ ଦିନରେ ଗୁଣ୍ଡିଚାଘରେ ବିଗ୍ରହମାନଙ୍କ ସମସ୍ତ ନୀତିକାନ୍ତି ପାରମ୍ପରିକ ପ୍ରଥାନୁଯାୟୀ ଅନୁଷ୍ଠିତ ହେବ ବୋଲି ଖଣ୍ଡପଡ଼ା ଦେବୋତ୍ତର ବିଭାଗ ଓ ଶ୍ରୀଜଗନ୍ନାଥଜୀଉ ମନ୍ଦିର କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି। ସେହିପରି ଖଣ୍ଡପଡ଼ା ବ୍ଲକ ଅଧିନ ମର୍ଦ୍ଦରାଜପୁର ,ଖଳିସାହି, କୁମ୍ଭାରପଡା ଓ ରୟତ ଢୋଲମରା ଗ୍ରାମର ଗୁଣ୍ଡିଚାଘରେ ବିଗ୍ରହମାନଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ସ୍ଥାନୀୟ ବାସିନ୍ଦାଙ୍କ ସୁତ୍ରରୁ ଜଣାପଡିଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS