BREAKING
Loading...
:

ଅବସରପ୍ରାପ୍ତ ଶିକ୍ଷକଙ୍କ ବିୟୋଗରେ ଶୋକସଭା

 ଅବସରପ୍ରାପ୍ତ ଶିକ୍ଷକଙ୍କ ବିୟୋଗରେ ଶୋକସଭା 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପରିସରରେ ବ୍ଳକର ସମସ୍ତ କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ନେଇ ଏକ ଶୋକସଭା ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଦିବଂଗତ ଶିକ୍ଷକ ବଲ୍ଲଭ କୁମାର ସାହୁ ଏବଂ କଣ୍ଟିଲୋ ନିବାସୀ ବସନ୍ତ କୁମାର ସାହୁଙ୍କ ଉଦ୍ୟଶ୍ୟରେ ନିରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ମୃତ ବଲ୍ଲଭ ସାହୁଙ୍କୁ ମୁଖାଗ୍ନୀ ଦେବାକୁ ଆସୁଥିବା ବେଳେ ତାଙ୍କ ବଡପୁଅ ଓ ବୋହୁ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବାରୁ ଭଗବାନ ଏଭଳି ଦୁଃଖ କାହାକୁ ଦିଅନ୍ତୁ ନାହିଁ ବୋଲି ଉପସ୍ଥିତ ଶିକ୍ଷକ ମାନେ ମତବ୍ୟକ୍ତ କରିଥିଲେ । ଏକ ପ୍ରତିନିଧି ମଣ୍ଡଳୀ ଉଭୟ ଶିକ୍ଷକଙ୍କ ବାସଭବନରେ ଉପସ୍ଥିତ ରହି ପରିବାରକୁ ସମବେଦନା ପ୍ରଦାନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS