BREAKING
Loading...
:

ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞରେ ଯୋଗ ଦେଲେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ

 ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞରେ ଯୋଗ ଦେଲେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ 



ଗଣିଆ (ମଣିଭଦ୍ରା ଖବର)  ଗଣିଆର ଗଣପର୍ବ ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞର ଆଜି ଦ୍ବିତୀୟ ଦିନରେ ହଜାର ହଜାର ଜନ ସମାଗମ ଦେଖିବାକୁ ମିଳିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକି ଯାଇଥିଲା । ଆଜି ସନ୍ଧ୍ୟା ସମୟରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ ପରିସରରେ ପହଞ୍ଚି ଥିଲେ । ତାଙ୍କୁ ଯଜ୍ଞ କମିଟି ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସାଂସଦ ଶ୍ରୀ ପାଣିଗ୍ରାହୀ ଯଜ୍ଞ ମଣ୍ଡପ ଠାରୁ ଆରମ୍ଭ କରି ଅଷ୍ଟପ୍ରହରୀ, ମୁଖ୍ୟ ମଞ୍ଚରେ ପହଞ୍ଚି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ସେ ଯଜ୍ଞ ପରିଚାଳନା କମିଟି ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ  । ତାଙ୍କ ସହିତ ବିଜେପି ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ମିଶ୍ର,ଗଣିଆ ପଞ୍ଚାୟତ ସରପଞ୍ଚ ଗିରିଧାରୀ ସେଠୀ, ସାଂସଦଙ୍କ ବ୍ଳକ ପ୍ରତିନିଧି ଶରତ କୁମାର କର, ଯଜ୍ଞ ପରିଚାଳନା କମିଟିର ପାର୍ଥ ସାରଥି ପ୍ରମୁଖ ଉପସ୍ଥିତ ଥିଲେ । 

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS