BREAKING
Loading...
:

ଓଷ୍ଠାର ସାମ୍ବିଧାନିକ ସମ୍ମିଳନୀ, ନୂତନ କର୍ମକର୍ତ୍ତା ନିର୍ବାଚିତ

 ଓଷ୍ଠାର ସାମ୍ବିଧାନିକ ସମ୍ମିଳନୀ, ନୂତନ କର୍ମକର୍ତ୍ତା ନିର୍ବାଚିତ 



ଗଣିଆ ୨୫/୧୧(ଗଣିଆ) ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଠା)ର ଗଣିଆ ବ୍ଳକ ସାମ୍ବିଧାନିକ ସମ୍ମିଳନୀ ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୩ ବର୍ଷ ପାଇଁ ନୂତନ କମିଟି ଗଠନ କରାଯାଇଥିଲା । ନୂତନ ସଭାପତି ଭାବେ ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅରବିନ୍ଦ ମହାଳିକ, ଉପସଭାପତି ଭାବେ ଭାଗିରଥି ଜାନି ଓ ସତ୍ୟଭାମା ସେନାପତି, ସମ୍ପାଦକ ଗୋଲେଖ ବିହାରୀ ସାହୁ,ଯୁଗ୍ମ ସମ୍ପାଦକ ନବକିଶୋର ମହାରଣା,ରଜତ କୁମାର ପ୍ରଧାନ, ସସ୍ମିତା ମଣ୍ଡଳ, ଜିଲ୍ଲା ପରିଷଦ ସଦସ୍ୟ ଭାବେ ବିଶ୍ଵ ରଞ୍ଜନ ସାହୁ ଓ ସଞ୍ଜୟ ପରିଡ଼ା, ରାଜ୍ୟ ପରିଷଦ ସଦସ୍ୟ ଭାବେ ଜଗଦୀଶ ମିଶ୍ରଙ୍କୁ ଚୟନ କରାଯାଇଥିଲା । ନୟାଗଡ ଜିଲ୍ଲା ସଭାପତି ଅଯୋଧ୍ୟା ନାଥ ନାୟକ, ଜିଲ୍ଲା ସମ୍ପାଦକ ମାନସ କୁମାର ସାହୁ, ରାଜ୍ୟ କମିଟି ସଦସ୍ୟ ବିନାୟକ ପରିଡ଼ାଙ୍କ ଉପସ୍ଥିତିରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଶିକ୍ଷକ ଗୋଲେଖ ବିହାରୀ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଜଗଦୀଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS