BREAKING
Loading...
:

ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଳୁ ବିହନ ବଣ୍ଟନ

 ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଳୁ ବିହନ ବଣ୍ଟନ



ଭାପୁର, ୨୪/୧୧ (ନି.ପ୍ର) ନୟାଗଡ ଜିଲ୍ଲା ଭାପୁର ବ୍ଲକ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀ ମାନଙ୍କୁ ରାଜ୍ୟ ସରକାରଙ୍କ ଆଳୁ ମିଶନ ଜରିଆରେ ଆଳୁ ବିହନ ବଣ୍ଟନ କରାଯାଉଛି। ବର୍ତ୍ତମାନ ସୁଧା ରାଜ୍ୟ ସରକାରଙ୍କ ପକ୍ଷରୁ ଭାପୁର ବ୍ଲକ ଉଦ୍ୟାନ କୃଷି ବିଭାଗକୁ ପ୍ରଥମ ପର୍ଯ୍ୟାୟରେ ମୋଟ ୨ଶହ କ୍ଵିଣ୍ଟାଲ ଆଳୁ ବିହନ  ଚାଷୀ ମାନଙ୍କୁ ବଣ୍ଟନ ପାଇଁ ଆସିଛି। ପ୍ରତ୍ୟେକ ଚାଷୀ ମାନଙ୍କୁ ସର୍ବନିମ୍ନ ୨୫ ଡିସିମିଲି ଥିବା ଚାଷ ଜମି ପାଇଁ  ୩ ପ୍ୟାକେଟ ଆଳୁ ବିହନ ଅର୍ଥାତ୍ ୧୫୦ କେଜି ଆଳୁ ବିହନ ଦିଆଯିବ । ସେହିପରି ସର୍ବାଧିକ ୧୨୫ ଡିସିମିଲି ଚାଷ ଜମି ପାଇଁ ୧୫ ପ୍ୟାକେଟ ଆଳୁ ବିହନ ଅର୍ଥାତ୍ ୭୫୦ କେଜି ଆଳୁ ବିହନ ପ୍ରଦାନ କରାଯିବ। ଚାଷୀ ମାନଙ୍କୁ ୩ ପ୍ୟାକେଟ ଆଳୁ ବିହନ ପାଇଁ ୩ ହଜାର ଟଙ୍କା ଏବଂ ୧୫ ପ୍ୟାକେଟ ଆଳୁ ବିହନ ପାଇଁ ୧୫ ହଜାର ଟଙ୍କା ପୈଠ କରିବାକୁ ପଡିବ। ଚାଷୀମାନେ ଚାଷ ଜମିରେ ବିହନ ଲଗାଇବା ପରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀ ମାନଙ୍କର ଆଳୁ ଚାଷ ଜମିକୁ ସର୍ବେକ୍ଷଣ କରାଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ପୈଠ କରିଥିବା ପ୍ରାପ୍ୟର ଶତକଡ଼ା ୫୦ ଭାଗ ରିହତି ଯୋଗାଇ ଦିଆଯିବ ବୋଲି ଭାପୁର ବ୍ଲକ ଉଦ୍ୟାନ କୃଷି ବିଭାଗ ଅଧିକାରୀ ଶୁଭେନ୍ଦୁ ପାଣଗ୍ରାହୀଙ୍କ ଠାରୁ ପ୍ରକାଶ।  

ମଣିଭଦ୍ରା ଖବର, ଭାପୁର 

Post a Comment

Previous Post Next Post
Header ADS