କୁଆଁରିଆନଦୀ ବନ୍ୟାଜଳ ଘେରରେ ଲୀନ ହେଲା ବିକଳ୍ପ ରାସ୍ତା, ପାଣି ରେ ପଡ଼ିଲା ୧୫ ଲକ୍ଷ ଟଙ୍କା ର ଅନୁଦାନ ଅର୍ଥ
ଖଣ୍ଡପଡ଼ା,୬/୭/ ୨୦୨୫: ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହି ରୁ କୋସକା କୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତାରେ ଅବସ୍ଥିତକୁଆଁରୀଆ ସେତୁ ଟି ଗତ ୨ ବର୍ଷ ତଳେଭାଙ୍ଗି ପଡିଥିବାବେଳେ
ଉକ୍ତ ରାସ୍ତାଦେଇ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ହେବା ସହ ଅଞ୍ଚଳ ବାସି ଯାତାୟାତ ନିମନ୍ତେ ବହୁ ଅସୁବିଧାର ସମ୍ମୁଖୀନହୋଇଆସୁଛନ୍ତି। କୁଆଁରିଆ ନଦୀଉପରେ ଏକ ଉଚ୍ଚତମ ସେତୁ ନିର୍ମାଣ ପାଇଁ ଖଣ୍ଡପଡ଼ା ପୂର୍ତ୍ତବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲେ ହେଁ ଅଦ୍ୟାବଧି ସେତୁ ନିର୍ମାଣ
କାର୍ଯ୍ୟ ସମ୍ପୂର୍ଣ୍ଣହୋଇପାରୁନାହିଁ। ତେବେଭଗ୍ନ କୁଆଁ ରିଆ ସେତୁ ପାଶ୍ୱର୍ରେସର୍ବସାଧାରଣ ଯାତାୟାତ ନିମନ୍ତେ ପୂର୍ତ୍ତବିଭାଗ ପକ୍ଷରୁ ଏକ ବିକଳ୍ପ( ବାଇପାସ୍) ରାସ୍ତାନିର୍ମାଣ କରାଯାଇଥିଲା। ଏଥିନିମନ୍ତେ ୧୫ ଲକ୍ଷ ରୁ ଅଧିକ ଟଙ୍କା ବ୍ୟୟ କରାଯାଇ ଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି।
୬ ମାସ ତଳେ ନିର୍ମାଣ କରାଯାଇଥିବା ନଦୀ କୂଳରେ ରାସ୍ତା ଟି କୁଆଁ ରିଆ ନଦୀ ର ଜଳ ପ୍ରଖର ଶ୍ରୋତରେ ଭାଙ୍ଗି ଯାଇ ନଦୀ ଗର୍ଭରେ ଲୀନ ହୋଇଥିବା ଜଣାପଡିଛି ।
ଫଳରେ ବିକଳ୍ପ ରାସ୍ତା ଦେଇ
ଯାତାୟାତ କରୁଥିବା ଅନ୍ୟ ପାର୍ଶ୍ୱ କୁ ଯାତ୍ରୀବାହୀ ବସ୍ ଓ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବିକଳ୍ପ ରାସ୍ତା ରେ ସରକାର ଙ୍କ ଅନୁଦାନ ଅର୍ଥରାଶି ପାଣି ରେ ପଡ଼ିବା ସାର ହେଇଛି। ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ଅବହେଳା ଯୋଗୁଁ କୁଆଁ ରିଆ ସେତୁ ନିର୍ମାଣ ଅହେତୁକ ବିଳମ୍ବ ହେଉଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି।
ଖବର ପାଇ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ପୂର୍ତ୍ତବିଭାଗ ର ବରିଷ୍ଠ ଯନ୍ତ୍ରୀ
ପ୍ରାଣକୃଷ୍ଣ ମହାପାତ୍ର ପ୍ରମୁଖ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି। ତେବେ ବର୍ଷା ଋତୁ ପରେ କୁଆଁରିଆସେତୁ ନିର୍ମାଣ କାର୍ଯ୍ୟ
କିପରି ତ୍ବରାନ୍ବିତ ହେବ ସେ ଦିଗରେ ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ କୋଶକା, କୁମ୍ଭାର ପଡା , ରୟୀତିଢୋଲମରା, ବଳଭଦ୍ର ପ୍ରସାଦ ଗ୍ରାମ ବାସିନ୍ଦା ଦାବି କରିଛନ୍ତି। ପ୍ରକାଶ ଥାଉ କି
ଉକ୍ତ ରାସ୍ତା ଟି ଖଣ୍ଡପଡ଼ା ଠାରୁ ଖଳି ସାହି କୋସକାଆଡକଟା ଛକ ଦେଇ ଗଣିଆ ଦଶପଲ୍ଲା ରାସ୍ତା କୁ ସଂଯୋଗ କରୁଥିବା
ରାସ୍ତାରେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଲୋକ ଯାତାୟତ କରୁଥାନ୍ତି । ଏହି ସେତୁ ଟି ମୂଖ୍ୟ ହୋଇ ଥିବାରୁ ଜନସାଧାରଣ ଅଭିଯୋଗ ସହ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment