BREAKING
Loading...
:

ଡ୍ରେନ ପାଣି ଯୋଗୁଁ କୁସୁମୀ ନଦୀ ଜଳ ଦୁଷିତ

 ଡ୍ରେନ ପାଣି ଯୋଗୁଁ କୁସୁମୀ ନଦୀ ଜଳ ଦୁଷିତ 

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହର ପାର୍ଶ୍ବ ଦେଇ ପ୍ରବାହିତ ହେଉଛି କୁସୁମୀ ନଦୀ। ଏକଦା କୁସୁମୀ ନଦୀ ର ଜଳରେ ସହର ବାସୀ ସ୍ନାନ ଦୈନିକ ଆଦି କାର୍ଯ୍ୟକ୍ରମ କରିବା ସହ ଏହାର ପାଣି କୁ ବ୍ୟବହାର କରୁଥିଲେ। କୁସୁମୀ ନଦୀ ର ସ୍ବଚ୍ଛ ଜଳରାଶି ନଦୀ ତଟ ବର୍ତ୍ତୀ ଗ୍ରାମର ବାସିନ୍ଦାଙ୍କ ତୃଷା ମେଣ୍ଟା ଉଥିଲା ମାତ୍ର ଏବେ ସମୟ ବଦଳି ଯାଇଛି ।

ଡ୍ରେନ ଯୋଗେ ଖଣ୍ଡପଡ଼ା ସହରାଞ୍ଚଳ ରେ ଆବର୍ଜନା ପାଣି କୁସୁମୀ ନଦୀ ରେ ମିଶୁଛି। ଫଳରେ ନଦୀ ର ଜଳ ଦୂଷିତ ହେବାରେ ଲାଗିଛି। ନଦୀ ର ଦୁଷିତ ଜଳରେ ସହର ବାସୀ ସ୍ନାନ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି। ସହରାଞ୍ଚଳର 

ଡ୍ରେନଜ ପାଣି କୁସୁମୀ ନଦୀ କୁ ନଛାଡିବା ପାଇଁ ୮ ଓ ୯ ନମ୍ବର ୱାର୍ଡର ବାସିନ୍ଦା ଖଣ୍ଡପଡ଼ା ଏନ୍ ଏ ସି କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଫଳଯାହା ର  ଶୂନ ଭଳି ଜଣାପଡିଛି। ଡ୍ରେନଜ ପିଣ୍ଡି ଯୋଗୁଁ ନଦୀ ର ଜଳ ଦୂଷିତ ହେଉଥିବାରୁ ପରିବେଶ ବିତ ମାନେ ଏ ନେଇ ଉଦ୍ ବେଗ ପ୍ରକାଶ କରିଛନ୍ତି। ତେଣୁ ଖଣ୍ଡପଡ଼ା ଅଞ୍ଚଳ ବାସୀ ଙ୍କ ସ୍ବାର୍ଥ ଦୃଷ୍ଟିରେ ରଖି କୁସୁମୀ ନଦୀ କୁ ଡ୍ରେନ ପାଣି ନ ଛାଡ଼ିବାକୁ ଏଥିପ୍ରତି ପ୍ରଶାସନ ଙ୍କ ଦୃଷ୍ଟି ଦେବାକୁ ଦାବି ହେଉଛି । ଖଣ୍ଡପଡ଼ା ଏନ୍ ଏ ସି ର କତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS