BREAKING
Loading...
:

ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଜନଜୀବନ ଅସ୍ତବ୍ୟସ୍ତ

 ୩ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଜନଜୀବନ ଅସ୍ତବ୍ୟସ୍ତ 



ଖଣ୍ଡପଡ଼ା ( ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ଅଞ୍ଚଳ ରେ ଗତ ୩ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି। ସକାଳ ୮ ଟା ରୁ ଅପରାହ୍ନ ୫ ଟା ପ୍ରଜନ୍ତ ଗ୍ରୀଷ୍ମ ପ୍ରବାହ ପ୍ରକୋପ ଲାଗି ରହୁଥିବା ବେଳେ ରାତ୍ରରେ ଗୁଳୁ ଗୁଳି ଅନୂଭୁତ ହେଉଛି।ସକାଳ ୧୦ ଘଣ୍ଟା ପରଠାରୁ ରାସ୍ତା ଘାଟ ଶୂନଶାନ ହୋଇଯାଉଛି। ଗ୍ରୀଷ୍ମ ପ୍ରକୋପ ସାଙ୍ଗକୁ ଅଘୋଷିତ ବିଦୁ୍ୟତ କାଟ ଜନଜୀବନ ପ୍ରଭାବିତ କରୁଛି। ଅଞ୍ଚଳ ବାସୀ ଙ୍କୁ ନିରବଚ୍ଛିନ୍ନ ଭାବେ ବିଦୁ୍ୟତ ସେବା ଯୋଗାଇଦେବାକୁ ସାଧାରଣରେ ଦାବୀ ହେଉଛି।

ଅପରପକ୍ଷରେ ଖଣ୍ଡପଡ଼ା ଅଞ୍ଚଳ ର ଗାଁ ଗାଁ ରେ ପୋଡ଼ା ଚାଲିଥିବା ଶହଶହ ଇଟାଭାଟି ର ପ୍ରଦ୍ୟୁଷଣ ରେ ବାୟୁ ମଣ୍ଡଳ ଅଧିକ ଉତ୍ତପ୍ତ ହେବାରେ ଲାଗିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ମାଟି ଇଟା ପୋଡା ଯାଉଥିବା ଭାଟି ଗୁଡ଼ିକ ତୁରନ୍ତ ବନ୍ଦକରି ବା ପାଇଁ ଖଣ୍ଡପଡ଼ା ଅଞ୍ଚଳ ବାସୀ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS