BREAKING
Loading...
:

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ, ଅଭିଯୋଗ କାରିଙ୍କୁ ଡୁମ୍ବା ପାର୍କ ନିର୍ମାଣ ରିପୋର୍ଟ ୭ ଦିନ ମଧ୍ୟରେ ଦେବାକୁ ଜିଲାପାଳ ନିର୍ଦେଶ ଦେଲେ ।

 ଜିଲ୍ଲାପାଳଙ୍କ  ମିଳିତ  ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ, ଅଭିଯୋଗ କାରିଙ୍କୁ ଡୁମ୍ବା ପାର୍କ ନିର୍ମାଣ ରିପୋର୍ଟ  ୭ ଦିନ ମଧ୍ୟରେ ଦେବାକୁ ଜିଲାପାଳ ନିର୍ଦେଶ ଦେଲେ ।

  


ଗଜପତି(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ  ଅବାରସିଂ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ  ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି  । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ  ଶ୍ରୀଯୁକ୍ତ ବିଜୟ କୁମାର ଦାଶ,ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ,  ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ  ଶ୍ରୀ ଶଙ୍କର କେରକେଟା, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି  ଶ୍ରୀ ଅନୁପ ପଣ୍ଡା,ସମ୍ମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ଏହି ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ଅବାରସିଂ ଗ୍ରାମ ପଞ୍ଚାୟତ ସମେତ ଛେଳିଗଡ଼, ରଣ୍ଡିବା ଓ ମହେନ୍ଦ୍ରଗଡ ପଞ୍ଚାୟତର  ସମୁଦାୟ ମୋଟ- ୪୮ ଗୋଟି ଅଭିଯୋଗ  ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୧୭ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା- ୩୧ ଗୋଟି ଅଭିଯୋଗ ଆସିଥିଲା, ଏହି ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ।  ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ପ୍ରଧାନମନ୍ତ୍ରୀ ଆବାସୀ ଯୋଜନା,ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ, ସ୍ଵାସ୍ଥ୍ୟ ଓ ରାସ୍ତା  ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ  ଅଭିଯୋଗ ଆସିଥିଲା । ଆଜିର ଅଭିଯୋଗ ଶୁଣାଣିରେ ରା,ଉଦୟଗିରି ସହର ରଞ୍ଜନ ମିଶ୍ର ନାମ ଯୁବକ ଅବାରସିଂ ପଞ୍ଚାୟତର ଡୁମ୍ବା ଠାରେ ନିର୍ମାଣ ପାର୍କରେ  ବିନା ଫଳକ ନିର୍ମାଣ ସହ ମହାଦୁର୍ନୀତି ତଦନ୍ତ ନେଇ ଗତମାସରେ ପାରଳାଖେମଣ୍ଡି ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ ଜିଲ୍ଲାପାଳ ତଦନ୍ତ ଜାଣାଯିବ ବୋଲି କହିଥିଲେ । ଏକ ମାସ ପରେ କୌଣସି ତଦନ୍ତ କରାଗଲାନି କି କୌଣସି ତଥ୍ୟ ରଞ୍ଜନ ମିଶ୍ର ନ ମିଳିବାରୁ ପୁଣି ଆଜି ଅବାରସିଂ ଅଭିଯୋଗ ଶୁଣାଣି ପୁଣି ଅଭିଯୋଗ କରିଥିଲେ । ଜିଲ୍ଲାପାଳ ସ୍ଥାନୀୟ ବିଡିଓଙ୍କୁ ୭ ଦିନ ଭିତରେ ଶ୍ରୀ ମିଶ୍ର ରିପୋର୍ଟ ଦେବାସହ ଏକ କପି ତାଙ୍କୁ ଦେବାକୁ ନିର୍ଦେଶ ଦେଇଥିଲେ । ଦେଖିବାକୁ ବାକି ରହିଲା ସ୍ଥାନୀୟ ବିଡିଓ ଲରିମନ ଖର୍ସେଲ ଅଭିଯୋଗ କରିଙ୍କୁ ଡୁମ୍ବା ପାର୍କ ରିପୋର୍ଟ କେବେ ଦେଉଛନ୍ତି । 

          ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ ଆର.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ଶବର , ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲାରିମନ ଖର୍ସେଲ ,ତହସିଲଦାର ଜ୍ୟୋତିମୟ ଦାଶ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଓ ଜନପ୍ରତିନିଧି ସମେତ  ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଅଭିଯୋଗ ଶୁଣାଣୀ ରେ ଉପସ୍ଥିତ ଥିଲେ।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS