ଆଡକଟାରେ କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ, ବିଦ୍ୟୁତ୍ ସରବରାହ ବନ୍ଦ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ଆଡକଟାରେ ଆଜି ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ ଦେଖିବାକୁ ମିଳିଥିଲା । ଦିନ ୩ ଘଟିକା ପର୍ଯ୍ୟନ୍ତ ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଡହଡହ ଖରା ହୋଇଥିବା ବେଳେ ୩ ଘଟିକା ପରେ ବର୍ଷା ପବନ ମାଡ଼ି ଆସିଥିଲା ।
ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରୁଜି ପଡ଼ିଥିବା ବେଳେ ଆଡକଟାରେ ଏକ ବିଦ୍ୟୁତ୍ ଖୁଣ୍ଟ ସଂପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଅନେକ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିବା ଜଣାପଡିଛି । ଫଳରେ ଗଣିଆରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଘଟଣାସ୍ଥଳରେ ବିଦ୍ୟୁତ୍ କର୍ମଚାରୀ ପହଞ୍ଚି ମରାମତି ଜାରି ରଖିଛନ୍ତି ।
ଗଣିଆ-ଦଶପଲ୍ଲା ରାସ୍ତାର ଆଡକଟା ନିକଟରେ ଏକ ଗଛ ଭାଙ୍ଗି ପଡିଥିବା ବେଳେ ଦମକଳ ଅଧିକାରୀ ବିଜୟାନନ୍ଦ ପରିଡା ଏବଂ କର୍ମଚାରୀ ପହଞ୍ଚି ଗଛ କାଟିବା ସହିତ ରାସ୍ତା ପରିସ୍କାର କରିବା ଫଳରେ ଯାତାୟାତ ସ୍ବାଭାବିକ ହୋଇଥିଲା ।
ମଣିଭଦ୍ରା ଖବର, ବ୍ୟୁରୋ
إرسال تعليق