BREAKING
Loading...
:

ୱାକଫ ଆଇନ କୁ ବିରୋଧ ଆଳରେ ଦଙ୍ଗା ସୃଷ୍ଟି ନେଇ ବିଶ୍ବହିନ୍ଦୁ ପରିଷଦ ର ଦୃଢ଼ ନିନ୍ଦା ସହ ରାଷ୍ଟ୍ରପତି ଙ୍କୁ ଉପ ଜିଲ୍ଲାପାଳ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ ।

 ୱାକଫ ଆଇନ କୁ ବିରୋଧ ଆଳରେ ଦଙ୍ଗା ସୃଷ୍ଟି ନେଇ ବିଶ୍ବହିନ୍ଦୁ ପରିଷଦ ର ଦୃଢ଼ ନିନ୍ଦା ସହ ରାଷ୍ଟ୍ରପତି ଙ୍କୁ ଉପ ଜିଲ୍ଲାପାଳ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ ।


ବଲାଙ୍ଗୀର/ଟିଟିଲାଗଡ( ମଣିଭଦ୍ରା ଖବର) ୱାକଫ ଆଇନ କୁ ବିରୋଧ କରିବା ଆଳରେ ସମଗ୍ର ବଙ୍ଗଳା ରେ ଯେଭଳି ଜଘନ୍ୟ ଘଟଣା ସୃଷ୍ଟି କରି ତୀବ୍ର ରୂପେ ଦଙ୍ଗା ଚଳାଇ ଆସୁଥିବା ଏକ ସମ୍ବେଦନ ଶିଳ ଓ ଗୁରୁତର ଘଟଣା କହି ତାର ତୀବ୍ର ନିନ୍ଦା କରାଯାଇଛି । ବିଶ୍ଵ ହିନ୍ଦୁ ପରିଷଦ ଟିଟିଲାଗଡ ଜିଲ୍ଲା ଶାଖା ତରଫ ରୁ ଏହାର ଦୃଢ଼ ନିନ୍ଦା କରାଯିବା ସହ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଶାନ୍ତି ଫେରାଇ ଆଣିବା ଓ ଦଙ୍ଗା କାରି ରେ ସଂଶ୍ଳିଷ୍ଟ ଅଭିଯୁକ୍ତ ଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏହି ଲିଖିତ ଆବେଦନ ପତ୍ର ପ୍ରଦାନ କରାଯାଇଛି । ସେହିଭଳି  ମମତା ଙ୍କ ସହ ଉକ୍ତ ଦଙ୍ଗା କାରି ଙ୍କ ସହଭାଗିତା ନେଇ ତୀବ୍ର ନିନ୍ଦା ସହ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲା ସମ୍ପାଦକ ନନ୍ଦ ମହଲା , କେସି ବାବୁ,ଖିରସିନ୍ଧୁ ସାହୁ, କୈଳାସ ପ୍ରସାଦ ସୋନି, ଚିତ୍ତରଞ୍ଜନ ସାହୁ,ପ୍ରିତିମନ୍ ନାଗ,ମୋତିରାମ ଆଡ଼ଯୁଏଡ, କମତା ପ୍ରସାଦ ସାହୁ,ହେମନ୍ତ ଆଡଯୁଏଟ, ସନ୍ଧ୍ୟା ପାଣ୍ଡେ ତଥା ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS