BREAKING
Loading...
:

ସଂସ୍କୃତ ବିଭାଗ ତରଫରୁ ବିଦାୟକାଳୀନ ଉତ୍ସବ

 ସଂସ୍କୃତ ବିଭାଗ ତରଫରୁ ବିଦାୟକାଳୀନ ଉତ୍ସବ


କଣ୍ଟିଲୋ (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ନୀଳମାଧବ ମହାବିଦ୍ୟାଳୟ କଣ୍ଟିଲୋ ସଂସ୍କୃତ ବିଭାଗ ତରଫରୁ ମା' ନାରାୟଣୀ ପୀଠରେ +୩ ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ତରଫରୁ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଆନୁଷ୍ଠାନିକ ଭାବରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରଣଜିତ୍ କୁମାର ତ୍ରିପାଠୀ ସଭାପତିତ୍ବ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଭାଗୀୟ ମୁଖ୍ୟ ଜୟଶ୍ରୀ ସାହୁ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଧିଲେ। ସେହିପରି ଶିକ୍ଷା ବିଭାଗର ମୁଖ୍ୟ ରମେଶ ଚନ୍ଦ୍ର ସାହୁ, ଓଡିଆ ବିଭାଗର ମୁଖ୍ୟ ଡ. ନିରୋଦ କୁମାର ମନ୍ର, ବିଭାଗୀୟ ଅଧ୍ୟାପିକା ସରଳା ବେହେରା ପିଲାମାନଙ୍କ ମାର୍ଗଦର୍ଶନ କରିଥିଲେ। ସଭା ଶେଷରେ ଅଧ୍ୟାପକ ମାନସ ରଞ୍ଜନ ଆଚାର୍ଯ୍ୟ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS