ଗଣିଆ ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ୍
ଗଣିଆ( ମଣିଭଦ୍ରା ଖବର) ଗଣିଆରେ ଥିବା ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଗଣିଆ ଅଗ୍ନିଶମ ବିଭାଗ ତରଫରୁ ଏକ ମକଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି । ଦମକଳ ଅଧିକାରୀ ବିଜୟାନନ୍ଦ ପରିଡ଼ାଙ୍କ ତତ୍ବାବଧାନରେ ଏହି ମକଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ର ଛାତ୍ରୀ ମାନେ ନିଆଁ ଲାଗିବା ସମୟରେ କିପରି ନିଆଁକୁ ଆୟତ କରିବେ ସେଥିପାଇଁ ସମସ୍ତ କୈଶଳ ଛାତ୍ର ଛାତ୍ରୀ ମାନଙ୍କୁ ଶିଖାଇବା ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ଘଟୁଥିବା ବନ୍ୟା ବାତ୍ୟା ପରିସ୍ଥିତିରୁ ପୀଡିତ ଜନସାଧାରଣଙ୍କୁ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ଅଗ୍ନିଶମ ଅଧିକାରୀ ସୂଚନା ପ୍ରଦାନ କରିଥିଲେ । ଏହି ମକଡ୍ରିଲ୍ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
ମଣିଭଦ୍ରା ଖବର,ଗଣିଆ
Post a Comment