**ଡ଼ମ କର୍ଲlଖୁଣ୍ଟା ପଞ୍ଚାୟତରେ ଗୋଟିଏ ଜଳଛତ୍ର ଅମୃତଧାରା କାମ କରୁନାହିଁ**
ମ. ରାମପୁର ବ୍ଲକ( ମଣିଭଦ୍ରା ଖବର)ଡ଼ମ କର୍ଲlଖୁଣ୍ଟା ପଞ୍ଚାୟତ ସାମ୍ନାରେ ଥିବା ଅମୃତଧାରା ଗ୍ରୀଷ୍ମ ଋତୁ ଆରମ୍ଭରୁ ଜଳ ସଙ୍କଟର ସମ୍ମୁଖୀନ ହେଉଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଅଚଳ ନଳକୂପକୁ ସଚଳ କରିବା ସହ ଜଳଯୋଗାଣ ବ୍ୟବସ୍ଥା ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିବା ବେଲେ ଏଠି ତାହା ଓଲଟା ଦେଖିବାକୁ ମିଳୁଛି । ଦୁର୍ଭାଗ୍ୟ ର କଥା ପଞ୍ଚାୟତ ଅଧିକାରୀ ଓ ଜନପ୍ରତିନିଧି ଆନ୍ତରିକତା ଖାମଖିଲାଳି ମନୋଭାବ ର ଅଭାବ ଦେଖିବାକୁ ମିଳୁଛି l
କାରଣ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ରେ ଟୋପାଏ ପାଣି ନାହିଁ। ତାପମାତ୍ରା ୪0 ଡିଗ୍ରୀ ଅତିକ୍ରମ କରିଥିବା ବେଳେ, ସକାଳ ୧୦ ଟା ପରେ ରାସ୍ତାଗୁଡ଼ିକ ଶୁନ୍ୟ ହୋଇଯାଏ। କଳାହାଣ୍ଡିର ଶେଷ ସୀମାନ୍ତର ମୁଖ୍ୟ ରାସ୍ତା ହୋଇଥିବାରୁ ହଜାର ହଜାର ଲୋକ ଯାତାୟାତ କରନ୍ତି। ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲେ ପଞ୍ଚାୟତର ଡ଼ମ କର୍ଲlଖୁଣ୍ଟା ମୁଖ୍ୟ ରାସ୍ତା, ଦୁଲେନ ଛକ, ବାରଭଟା ଛକ, ପାଜିବାହାଲି ଛକ, କୁସମେଲ ଛକ, ଫଟାମୁଣ୍ଡା ଛକ ଠାରେ ଜଳଛତ୍ର ଖୋଲାଯିବା ଆବଶ୍ୟକତା ରହିଛି କିନ୍ତୁ ଏହି ବର୍ଷ, ପଜିବାହଳିଛକ ଠାରେ ମାତ୍ର ଗୋଟିଏ ଜଳଛତ୍ର ଖୋଲାଯାଇଛି l ପଞ୍ଚାୟତ ସାମ୍ନାରେ ଥିବା ଅମୃତଧାରା ରେ ପାଣି ଟୋପାଏ ବାହାରୁ ନଥିବା ଦେଖିବାକୁ ମିଳିଛି l ଯାତ୍ରୀମାନେ ପିଇବା ପାଇଁ ପାଣି ପାଉନାହାଁନ୍ତି। ଅମୃତଧାରାରେ ଯଥା ଶୀଘ୍ର ଜଳଯୋଗାଣ କରିବା ଏବଂ ସମସ୍ତ ଜନଗହଳି ସ୍ଥାନ ଓ ପ୍ରତ୍ୟକ ଛକ ଗୁଡ଼ିକରେ ଜଳଛତ୍ର ତୁରନ୍ତ ଖୋଲିବା ପାଇଁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق