BREAKING
Loading...
:

ଘର ଭିତରେ ପଶିଗଲା ହାଇଓ୍ବା ଟ୍ରକ, ଅଳ୍ପକେ ବର୍ତିଲେ ପରିବାର

 **ଘର ଭିତରେ ପଶିଗଲା ହାଇଓ୍ବା ଟ୍ରକ, ଅଳ୍ପକେ ବର୍ତିଲେ ପରିବାର**

 ୬ଜଣ  ଗୁରୁତର


କଳାହାଣ୍ଡି 

ବେପରୁଆ ଟ୍ରକ ଚାଳନା ଯୋଗୁଁ ଗୋଟିଏ ପାରିବାର ର ଛଅ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।  ମର୍ମନ୍ତୁଦ ଟ୍ରକ ଦୁର୍ଘଟଣା ରେ ଘର ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି ।ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଲିମ୍ ପଡ଼ା ଗାଁ ରେ । ଗତ ବିଳମ୍ୱିତ ରାତ୍ରୀରେ  ଦେପୁର  ଓ ପାଷ୍ଟି କୁଡ଼ି ଛକ କୁ ସଂଯୋଗ କରୁଥିବା ରାସ୍ତାର ଲିମ ପଡ଼ା ଗାଁ ରେ ଅଚାନକ ହାଇବା ଟ୍ରକ ରାସ୍ତା କଡ଼ରେ ଥିବା  ମାନସ ଦାସ ଙ୍କ ଘର ଭିତରକୁ ପଶି ଆସିଥିଲା ଯାହା ଫଳରେ ଘର ର କାନ୍ଥ , ଅଜବେଷ୍ଟ  ରନ୍ଧନ ସାମଗ୍ରୀ ଫ୍ରୀଜ ଭାଙ୍ଗି ପୋତି ହୋଇ ଯାଇଥିଲା।  ଦୁର୍ଘଟଣା ରେ ଶୋଇବା ଘର ମଧ୍ୟ ନଷ୍ଟ ହୋଇ ଯାଇଛି ଘର ଭିତରେ ସୋଇଥିବା ଛୋଟ ଶିଶୁ ଙ୍କ ସମେତ ୬ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମାନସ ଦାସ ଙ୍କ ମୁଣ୍ଡରେ ଆଘାତ ଲାଗିବା ସହିତ ଗୁରୁତର ହେବାରୁ ପ୍ରଥମେ ଭବାନୀପାଟଣା ଓ ପରେ ବିଶାଖା ପାଟଣା ଡାକ୍ତର ଖାନା କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ତେବେ ତାଙ୍କ ଘର ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇ ଯାଇଥିବାରୁ ବେଘର ହୋଇଯାଇଛନ୍ତି । ତାଙ୍କୁ ସହାୟତା କରାଯିବାକୁ ଗ୍ରାମବାସୀ ମାନେ ଦାବୀ ରଖିଛନ୍ତି । ନଚେତ୍ ରାଜରାସ୍ତାକୁ ଓହ୍ଲାଇବା କୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏନେଇ ପୋଲିସ୍ ର ପ୍ରତିକ୍ରିୟା ମିଳି ପାରି ନାହିଁ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS