BREAKING
Loading...
:

ଦୁଇ ବ୍ୟବସାୟୀଙ୍କ ଘରେ ଆୟକର ଚଢଉ, ଆୟକର ଫାଙ୍କିବା ଅଭିଯୋଗରେ…

 ଦୁଇ ବ୍ୟବସାୟୀଙ୍କ ଘରେ ଆୟକର ଚଢଉ, ଆୟକର ଫାଙ୍କିବା ଅଭିଯୋଗରେ…

 


ଗଜପତି (ମଣିଭଦ୍ରା ଖବର) ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ପାରଳାଖେମୁଣ୍ଡି ସୁଣ୍ଡି ସାହିର ଦୁଇ ବ୍ୟବସାୟୀ ଭାଇଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପାରଳାଖେମୁଣ୍ଡିର ଦୁଇ ବ୍ୟବସାୟୀ ହେଲେ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକାର। ଦୁଇ ଭାଇ ମଦ କାରବାର ସହ ବସ୍ ମାଲିକ ହୋଇଥିବା ସୂଚନା।

ସୂଚନାଥାଉ କି, ଆୟକରର ୧୪ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ଅଛନ୍ତି। ଆୟକର ଅଭିଯୋଗରେ ଚଢ଼ାଉ ଜାରି ରହିଛି । ମଦ, ବସ, କାଠ, ଗୃହ ନିର୍ମାଣ ସାମଗ୍ରୀ ଆଦି ବ୍ୟବସାୟ କରୁଥିବାବେଳେ ଦୁଇଭାଇଙ୍କ ନାଁରେ ପ୍ରାୟ ୭୦ଏକର ଜମି ମଧ୍ୟ ରହିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS