ସ୍କୁଲ୍_ପିଲାଙ୍କୁ_ଦିଆଯିବ_ପୁଷ୍ଟିକର_ଲଡୁ
ଭୁବନେଶ୍ୱର (ମଣିଭଦ୍ରା ଖବର) ଏଣିକି ରାଜ୍ୟର ସ୍କୁଲ ପିଲାଙ୍କୁ ଖାଇବାକୁ ଦିଆଯିବ ପୁଷ୍ଟିକର ଲଡୁ। ସ୍କୁଲରେ ସପ୍ତାହକୁ ୩ଟି ପୁଷ୍ଟିକର ଲଡ଼ୁ ଦିଆଯିବ। ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ଏହି ପୁଷ୍ଟିକର ଲଡ଼ୁ ଦିଆଯିବ ଛାତ୍ରଛାତ୍ରୀଙ୍କୁ। ପ୍ରତି ସପ୍ତାହର ସୋମବାର, ମଙ୍ଗଳବାର ଏବଂ ଗୁରୁବାର ଅର୍ଥାତ ୩ ଦିନ ପୁଷ୍ଟିକର ଲଡୁ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଦିଆଯିବ ଲଡୁ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق