ଖଣ୍ଡୁଆଳ ମାଳି ପର୍ବ ପାଳନ ପାଇଁ ପ୍ରସ୍ତୁତି ବୈଠକ
ଲାଞ୍ଜିଗଡ (ମଣିଭଦ୍ରା ଖବର) କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସେମାବର୍ତ୍ତି ରେ ରହିଥିବା ଖଣ୍ଡୁଆଲ ମାଳି ର ସୁରକ୍ଷା ପାଇଁ ଲୋକେ ଅଣ୍ଟା ଭିଡ଼ିଲେ। ପାହାଡକୁ ସୁରକ୍ଷା ଦେବା ପାଇଁ ଲାଞ୍ଜିଗଡ଼ ବ୍ଳକ ଲାଖବାହାଲି ପଞ୍ଚାୟତ ଅଧୀନସ୍ଥ ଘାଟିକୁଣ୍ଡରୁ ଠାରେ ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି ସଭାପତି କାର୍ତିକ ମାଝୀଙ୍କ ସଭାପତିତ୍ୱରେ ଖଣ୍ଡୁଆଳ ମାଳିପର୍ବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଖଣ୍ଡୁଆଳ ମାଳି ପର୍ବ ପ୍ରତ୍ୟୋକ ବର୍ଷ ଭଲି ଚଳିତ ବର୍ଷ ମଧ୍ୟ୍ୟ ମାର୍ଚ୍ଚ ମାସ ୨୮ରୁ ୨୯ ତାରିଖ ଦୁଇ ଦିନ ପର୍ଯ୍ୟନ୍ତ କେମିତି ଧୁମଧାମ ସହ ଶାନ୍ତି ଶୃଙ୍ଖଳାର ସହିତ ପର୍ବ ପାଳନ କରାଯିବ ସେନେଇ ବୈଠକ ରେ ବିଶେଷ ଭାବରେ ଆଳଚନା କରାଯାଇଥିଲା। ଖଣ୍ଡୁଆଳ ମାଳି ପାହାଡ଼ରେ ଖଣିଜପଦାର୍ଥ ଭରପୁର ରହିଥିବା ବେଳେ ଏହି ପାହାଡ଼କୁ ସରକାର, ବହୁରାଷ୍ଟ୍ରୀୟ କମ୍ପାନୀ ଖଣିକୁ ଲୁଟ କରିବା ପାଇଁ ପ୍ରୟାସ ରଖିଥିବା ବେଳେ ଏହାକୁ ତୀବ୍ର ବିରୋଧ କରାଯାଉଛି । ଜାନ ଯାଉ ଜୀବନ ଯାଉ ପଛେ ଖଣ୍ଡୁଆଳ ମାଳିର ମାଟି ଖଣ୍ଡିଏ ମଧ୍ୟ୍ୟ ଛାଡ଼ିଦେବୁନି ବୋଲି କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି l ଖଣ୍ଡୁଆଳ ମାଳିପାହାଡ଼ ଉପରେ ହଜାର ହଜାର ଲୋକେ ନିଜର ଯିବନଜୀବିକା ନିର୍ଭର କରି ରହୁଛନ୍ତି ଯଦି ଖଣ୍ଡୁଆଳ ମାଳିରୁ ଖଣି ଖନନ କଲେ ଅଞ୍ଚଳର ପ୍ରାୟ ୨୫୪ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଥିବା ବେଳେ ୩୫୦ରୁ ଉର୍ଦ୍ଧ ଝରଣା ଓ ଅନେକ ଔଷଧୟ ବୃକ୍ଷଲତା ଧ୍ୱଂସ ହୋଇଯିବ ବୋଲି ସ୍ଥାନୀୟ ଅଞ୍ଚଳ ବାସୀ କହିଛନ୍ତି। ଖଣି ଖନନ ଦ୍ୱାର ସ୍ଥାନୀୟ ଆଦିବାସୀଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ନିଶ୍ଚିତ ଭାବେ ପଡିବ ତେବେ ଖଣ୍ଡୁଆଳ ମାଳି ସୁରକ୍ଷା ଏବଂ ଏହି ମାଲିର ଲିଜ ବାତିଲ କରବା ପାଇଁ ସରକାରଙ୍କୁ ମାର୍ଚ୍ଚ ୨୮, ୨୯ ସମାବେଶ ମାଧ୍ୟମରେ ବାର୍ତ୍ତା ଦିଆଯିବ ବୋଲି ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତି ପକ୍ଷରୁ ସୂଚନା ମିଳିଛି l ଉକ୍ତ ବୈଠକରେ କାର୍ତିକ ମାଝୀ,ବ୍ରିଟିଶ କୁମାର,ବନ ମାଝୀ, ଲୋକନାଥ ମାଝୀ, ବୈଦ୍ୟନାଥ ନାଏକ, ରାମକୃଷ୍ଣ ମାଝୀ, କୁଞ୍ଜ ମାଝୀ, ମାଧବ ନାଏକ, ମାନ ମାଝୀ, ବିକାଶ ମାଝୀ, ଗୌରାଙ୍ଗ ନାଏକ ହୃଷି ମାଝୀ ପୂର୍ଣ୍ଣ ମାଝୀ, ଘାସୀ ରାମ ମାଝୀ, ରଞ୍ଜିତ ନାଏକ,ସମେତ ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق