ପ୍ରଶିକ୍ଷଣ ଶିବିର
ନୟାଗଡ (ରୀନା ସାହୁ) ଆୟୁଷ୍ମାନ ଭାରତ ଯୋଜନା କୁ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଲୋକେ କିଭଳି ଏହି ଯୋଜନା ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଶେଷ ହୋଇଛି ସମସ୍ତ ପ୍ରକ୍ରିୟା... ଏହି କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବା ପାଇଁ ଆଜି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମିଳନୀ କକ୍ଷ ପରିସରରେ ଅନୁଷ୍ଠିତ ହୋଇ ଯାଇଅଛି ପ୍ରଶିକ୍ଷଣ ଶିବିର.. ଏହି ଶିବିର ରେ ଟାଙ୍ଗୀ ବ୍ଲକର 26 ଟି ପଂଚାୟତ ର ଆଶା କର୍ମୀ. ଅଙ୍ଗନ ବାଡ଼ି କର୍ମୀ...କମ୍ମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ... ମାନେ ଯୋଗ ଦେଇଥିଲେ.. ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡା ସତ୍ୟ ରଂଜନ ନନ୍ଦ. ଆୟୁଷ ଡା କବିତା ସାହୁ... Pho ଝୁମରାଣୀ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକ୍ରମ ସଂମ୍ପର୍କରେ ଉପସ୍ଥିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ସଚେତନ କରାଇଥିଲେ... ଆସନ୍ତା ଉତ୍କଳ ଦିବସ ଅବସରରେ ଏହି ଯୋଜନା ରାଜ୍ୟ ହେଵାକୁ ଥିବା ବେଳେ ସେହି ଦିନ ପ୍ରତ୍ୱେକ ଗ୍ରାମ ପଂଚାୟତ ର 25 ଜଣ ହିତାଧିକାରୀ ମାନଙ୍କୁ କାର୍ଡ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି..
ସେଥିପାଇଁ ସମସ୍ତେ ସହଯୋଗ କରିବାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡା ନନ୍ଦ ଅନୁରୋଧ କରିଛନ୍ତି....।
ମଣିଭଦ୍ରା ଖବର,ନୟାଗଡ
إرسال تعليق