BREAKING
Loading...
:

କାଶୁଛି ସାରା ଓଡ଼ିଶା; ଘରେ ଘରେ ଥଣ୍ଡା, ଜ୍ବର

 କାଶୁଛି ସାରା ଓଡ଼ିଶା; ଘରେ ଘରେ ଥଣ୍ଡା, ଜ୍ବର

କଟକ (ମାନସ କୁମାର ସାହୁ) ଖୁଁ ଖାଁ ହେଉଛି ଓଡ଼ିଶା। ଯାହାକୁ ଦେଖ ସମସ୍ତେ ଥଣ୍ଡାରେ ପୀଡ଼ିତ। ଥରେ କାଶ ହେଲେ ମାସେ ଯାଏ ରହୁଛି ପ୍ରଭାବ। ଓଡ଼ିଶାକୁ ଆସିଥିବା ଏହି କାଶ ଲହରୀ ଚିନ୍ତାର କାରଣ ହେଲାଣି। ତେବେ ଏହି ଥଣ୍ଡା ଗୋଟିଏ ସାଧାରଣ ଫ୍ଲୁ ନା କରୋନା ପରବର୍ତ୍ତୀ ପ୍ରଭାବ, ତାକୁ ନେଇ ଘରେ ଘରେ ଚିନ୍ତା ବଢ଼ିଲାଣି।ଏମିତି ସାରା ରାଜ୍ୟକୁ କବ୍ଜା କରିଛି ଥଣ୍ଡା।


ପ୍ରଥମେ ଥଣ୍ଡା, ଜ୍ବର। ଆଉ ତା' ପରେ ଆରମ୍ଭ ହୋଇଯାଉଛି କାଶ। ଆକ୍ତାମାକ୍ତା କରିଦେଉଛି ରୋଗୀଙ୍କୁ। ସାଧାରଣତଃ ୩ ଦିନରେ ଥଣ୍ଡା ଛାଡ଼ିଯାଏ। କିନ୍ତୁ ଏବେ ଆସିଥିବା ଥଣ୍ଡା ଲହରୀ ସହଜେ ପିଛା ଛାଡ଼ୁନି। ଯେତେ ହାଇ ଡୋଜ୍‌ର ଔଷଧ ଖାଇଲେ ବି ପ୍ରଭାବଶୂନ୍ୟ।


ଲୋକେ ଥଣ୍ଡା କାଶରେ ଯୁଝୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ନିରବରେ ବସିଛି। ଦିନକୁ ଶହ ଶହ ରୋଗୀ ଥଣ୍ଡା କାଶ ପାଇଁ ଡାକ୍ତରଖାନା ଯାଉଛନ୍ତି। ଡାକ୍ତର ଔଷଧ ବି ଲେଖୁଛନ୍ତି। କିନ୍ତୁ ହଠାତ୍‌ ଏକକାଳୀନ ଏତେ ସଂଖ୍ୟକ ଲୋକଙ୍କୁ କେମିତି ଥଣ୍ଡା ହେଲା? କାହିଁକି କାଶ ଛାଡ଼ୁନି?


ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ସେ ନେଇ ତତ୍ପରତା ନାହିଁ। ଏବେ ଯାଏଁ ସ୍ବାସ୍ଥ୍ୟ ବିଭାଗ ଏଭଳି କାଶର କାରଣ କହୁଛି ନା ଲୋକଙ୍କୁ ସଚେତନ କରି ନିର୍ଦ୍ଦେଶାବଳୀ ଜାରି କରୁଛି। କରୋନାର ପ୍ରଭାବ ଆଉ ନାହିଁ। କିନ୍ତୁ ଏହି ମହାମାରୀ ଯାହାକୁ ଛୁଇଁଛି, ତା ଠି ଏମିତି ଅନେକ ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିଛି।

ମଣିଭଦ୍ରା ଖବର, କଟକ 

Post a Comment

أحدث أقدم
Header ADS