BREAKING
Loading...
:

ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକଙ୍କ ବୈଠକ ଅନୁଷ୍ଠିତ

 ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକଙ୍କ ବୈଠକ ଅନୁଷ୍ଠିତ 

ଗଣିଆ (ମଣିଭଦ୍ରା ଖବର) ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ଗଣିଆ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ    ଯୋଗ ଦେଇଥିଲେ | ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୁଷ୍ପଗୁଚ୍ଛ ଓ଼ ଚନ୍ଦନ ଦେଇ  ଶିକ୍ଷକମାନଙ୍କୁ ସ୍ୱାଗତ କରିଥିଲେ | ନବମ ଶ୍ରେଣୀର ଛାତ୍ରୀ କୃଷ୍ଣା କାବେରି ମୁଦୁଲି ଓ ପୂଜାରାଣୀ ସାହୁ ସ୍ୱାଗତ ସଂଗୀତ ପରିବେଷଣ କରି ଅତିଥିମାନଙ୍କର ପ୍ରିୟଭାଜନ ହୋଇଥିଲେ | ମଣ୍ଡଳ ଶିକ୍ଷାଧିକାରୀ ରବୀନ୍ଦ୍ରନାଥ ରାଉତରାୟ ବୈଠକର ସଭାପତି ରୂପେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ଯାନୀ ମଞ୍ଚ ପରିଚାଳନା କରିଥିଲାବେଳେ ସଂସ୍କୃତ ଶିକ୍ଷକ ଅଜିତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ | ଗଣିଆ ବ୍ଳକର ୮ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS