ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ,ଭୁବନେଶ୍ୱର କଳିଙ୍ଗ ସ୍ପୋଟି° ଚାମ୍ପିଅନ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ସହରାଞ୍ଚଳ ଅଧୀନ ମଧୁବନ ମିନି ଷ୍ଟାଡିୟମରେ ଖଣ୍ଡପଡ଼ା ସ୍ପୋର୍ଟ୍ସ ଆସୋସିଏସନ ଆନୁକୂଲ୍ୟରେ ଷଷ୍ଠ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସର ଫାଇନାଲ ମ୍ୟାଚ ଭୁବନେଶ୍ୱର କଳିଙ୍ଗ ସ୍ପୋର୍ଟିଂ ଏବଂ କଟକ ଯୁବଜ୍ୟୋତି କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଫାଇନଲ ମ୍ୟାଚରେ ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେଇଥିବାରୁ ଶେଷରେ ଟ୍ରାଇବ୍ରେକର ସହାୟତା ନିଆଯାଇଥିଲା। ଏଥିରେ ଭୁବନେଶ୍ୱର କଳିଙ୍ଗ ସ୍ପୋର୍ଟିଂ ୮-୭ ଗୋଲ ବ୍ୟବଧାନରେ କଟକ ଯୁବଜ୍ୟୋତି କ୍ଲବ କୁ ପରାସ୍ତ କରି ଚମ୍ପିୟାନ ହୋଇଛି। ଆୟୋଜକ ମୁଖ୍ୟ ସ୍ଥାନୀୟ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଟୁର୍ନାମେଣ୍ଟରେ ମୂଖ୍ୟଅତିଥିଭାବେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ଆଜିର ମ୍ୟାଚ କୁ ଉଦ୍ଘାଟନ କରିବା ସହିତ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ସେହିପରି ସମ୍ନାନ୍ୱିତ ଅତିଥି ଭାବେ କ୍ରୀଡା ପ୍ରଶାସକ ଭାରତୀ ଭୂଷଣ ମିଶ୍ର, ଖଣ୍ଡପଡ଼ା ବିଡିଓ ଅଙ୍କୁର ଅଭିଳାଷ, ତହସିଲଦାର ବିଶ୍ୱ ବିସ୍ତୃତ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟା ଉଜ୍ଜଳ ମହାରଣା, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୀତା ସ୍ବାଇଁ, ସିନେ ଅଭିନେତା ପୁପିନ୍ଦର, ଉଦ୍ୟୋଗପତି ଭୋଳାନାଥ ମହାନ୍ତି, ପ୍ରମୋଦ ସାହୁ, ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ବିନାୟକ ମିଶ୍ର, ପଣ୍ଡିତ ମନୋଜ ମିଶ୍ର, ଯୁବନେତା ତଥା ସମାଜସେବୀ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ରେଫରୀ ଭାବେ ରାଜୁ ମହାନ୍ତି ମ୍ୟାଚ ପରିଚାଳନା କରିଥିବା ବେଳେ ପ୍ରସନ୍ନ କୁମାର ନାୟକ, ପ୍ରଫୁଲ୍ଲ ବେହେରା, ବାପି ମହାନ୍ତି ଲାଇନରେ ସହାୟତା କରିଥିଲେ। ସେହିପରି ସମୀର ଖୁଣ୍ଟିଆ ୪ର୍ଥ ରେଫରି ଭାବେ କାର୍ଯ୍ୟ କରିଥିଲେ। ସ୍ବର୍ଗତ ମହେନ୍ଦ୍ର ସ୍ଵାଇଁ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଚମ୍ପିୟାନ କଳିଙ୍ଗ ସ୍ପୋର୍ଟିଂ ଭୁବନେଶ୍ୱର ଦଳକୁ ନଗଦ ୧୫ ହଜାର ଟଙ୍କା ଅର୍ଥରାଶି ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସଅପ କଟକ ଯୁବଜ୍ୟୋତି କ୍ଲବକୁ ୧୦ ହଜାର ଟଙ୍କା ଅର୍ଥରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଟୁର୍ନାମେଣ୍ଟରେ ଦାୟିତ୍ୱ ରେ ଥିବା କିଛି ବ୍ୟକ୍ତି ଙ୍କୁ ଭୁବନେଶ୍ୱର ବନଦୁର୍ଗା ମୋଟର୍ସ ପକ୍ଷରୁ ହେଲମେଣ୍ଟ ପ୍ରଦାନ କରାଯାଇଥିଲା। ଦୀର୍ଘ ଦଶଦିନ ଧରି ଆୟୋଜକ ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନର ମୁଖ୍ୟ ତଥା କ୍ରୀଡ଼ାବିତ୍ ଭିକାରୀ ଖଣ୍ଡାୟତଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ତେବେ ଆଜିର ଫାଇନାଲ ମ୍ୟାଚରେ ଓଡ଼ିଶାର ଜଣାଶୁଣା ଉଦଘୋଷକ ପଣ୍ଡିତ ନିରଦ ଆର୍ଯ୍ୟ ଉପସ୍ଥିତ ଦର୍ଶକ ମାନଙ୍କୁ ସୁନ୍ଦର ଧାରା ବିବରଣୀ ପ୍ରଦାନ କରିଥିବା ବେଳ ଚିୟରଗାର୍ଲ ଙ୍କ ନୃତ୍ୟ ଦର୍ଶକ ଙ୍କୁ ବେଶ ଉତ୍ସାହିତ କରିଥିଲା।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق