ଶ୍ରୀ ରାମ ମନ୍ଦିରର ରତ୍ନ ମୂଦ ଉତ୍ସବ ଅନୁଷ୍ଠିତ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ବୋଦସା ଗ୍ରାମର ଗୋଲା ସାହିରେ ଥିବା ନିର୍ମାଣଧୀନ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କ ମନ୍ଦିର ରତ୍ନ ମୂଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ହୋମ୍ ଯଜ୍ଞ, ନାମ ସଂକୀର୍ତ୍ତନ ,ପୂଜାପାଠ ଆଦି ମାଁଙ୍ଗଳିକ କାର୍ଯ୍ୟକ୍ରମ କରାଯାଇଥିଲା।ପରେ ବ୍ରାହ୍ମଣ ସମାଜ ଙ୍କ ଦ୍ବାରା ମନ୍ଦିର ରତ୍ନ ମୂଦ କରାଯାଇ ଥିଲା। ଗ୍ରାମ ବାସିନ୍ଦା ଙ୍କ ସହଯୋଗ ରେ ନିର୍ମିତ ନୂତନ ରାମ ମନ୍ଦିର କାମ କାର୍ଯ୍ୟ ନିର୍ବାହ ସଫଳ ହୋଇପାରିଛି।ଏ ଉତ୍ସବ ରେ ବୋଦସା ଗ୍ରାମର ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment