BREAKING
Loading...
:

ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ, ସବଜୁନିଅର ପ୍ରଦର୍ଶନୀ ମ୍ୟାଚରେ ବାଇଗୁଣିଆ କ୍ଲବ ବିଜୟୀ

 ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ,                ସବଜୁନିଅର ପ୍ରଦର୍ଶନୀ ମ୍ୟାଚରେ ବାଇଗୁଣିଆ କ୍ଲବ ବିଜୟୀ

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ମଧୁବନ ମିନି ଷ୍ଟାଡିୟମ ପରିସରରେ ଖଣ୍ଡପଡ଼ା ସ୍ପୋର୍ଟ୍ସ ଆସୋସିଏସନ ପକ୍ଷରୁ ଆୟୋଜିତ ୬ଷ୍ଠ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅବସରରେ ଏକ ସବଜୁନିଅର ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜି ବାଇଗୁଣିଆ ସବଜୁନିଅର ଫୁଟବଲ୍ କ୍ଲବ୍ ଏବଂ ଖଣ୍ଡପଡ଼ା ସବଜୁନିଅର ଫୁଟବଲ୍ କ୍ଲବ ମଧ୍ୟରେ ମୁକାବିଲା ହୋଇଥିଲା। ବାଇଗୁଣିଆ ସବଜୁନିଅର ଫୁଟବଲ୍ କ୍ଲବ ୪ -୧ ଗୋଲରେ ଖଣ୍ଡପଡ଼ା ସବଜୁନିଅର ଫୁଟବଲ୍ କ୍ଲବକୁ ପରାସ୍ତ କରି ବିଜୟ  ହାସଲ କରିଛି। ସ୍ଥାନୀୟ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ତତ୍ୱାବଧାନରେ ଆୟୋଜିତ ଅଜି ମହିଳା ପ୍ରଦର୍ଶନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୁବ ସାମ୍ବାଦିକ ସନ୍ତୋଷ ସାହୁ  ଯୋଗଦେଇ ଉଦଘାଟନ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଖେଳକୁ ମୁଖ୍ୟ ରେଫରୀ ଭାବେ ବାପି ମହାନ୍ତି  ପରିଚାଳନା କରିଥିବା ବେଳେ ସୁଧାଂଶୁ ବେହେରା ଏବଂ ଦେବୀପ୍ରସାଦ ସ୍ୱାଇଁ ଲାଇନରେ ସହାୟତା କରିଥିଲେ। ଆସନ୍ତା କାଲି ଖଣ୍ଡପଡ଼ା ରାଜନେତା, ଓକିଲ ସଂଘ, ପ୍ରଶାସକ  ଓ ସାମ୍ବାଦିକ ମାନଙ୍କୁ ନେଇ ୨ ଟି ବନ୍ଧୁତ୍ୱପୂର୍ଣ ମ୍ୟାଚ ଖେଳାଯିବା ନେଇ ସୂଚନା ରହିଛି ତେବେ ୪ତାରିଖ ମଙ୍ଗଳବାର ଢେଙ୍କାନାଳ ମହିଳା ଫୁଟବଲ୍ କ୍ଳବ୍ ଏବଂ ସ୍ପୋର୍ଟସ ହଷ୍ଟେଲ ଓଡ଼ିଶା ମଧ୍ୟରେ ମହିଳା ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହେବାସହ ୫ତାରିଖ ବୁଧବାର ଦିନ କଟକ ଯୁବଜ୍ୟୋତି କ୍ଳବ୍ ଏବଂ ଭୁବନେଶ୍ୱର କଳିଙ୍ଗ ସ୍ପୋରଟିଂ କ୍ଲବ୍ ମଧ୍ୟରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହେବବୋଲି ଆୟୋଜକ ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନର ମୁଖ୍ୟ ତଥା ବିଶିଷ୍ଟ କ୍ରୀଡ଼ାବିତ୍ ଭିକାରୀ ଖଣ୍ଡାୟତ ସୂଚନା ଦେଇଛନ୍ତି। ଆଜିର ମ୍ୟାଚ ଅତ୍ୟନ୍ତ ଚିତ୍ତାକର୍ଷକ ଥିବା ବେଳେ ପଡ଼ିଆ ମଧ୍ୟରେ ଉପସ୍ଥିତ ଥିବା ଦର୍ଶକ ଖେଳର ଭରପୁର ଆନନ୍ଦ ଉଠାଇଥିଲେ । ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନର ମୁଖ୍ୟ ତଥା କ୍ରୀଡ଼ାବିତ୍ ଶ୍ରୀ ଖଣ୍ଡାୟତଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS