BREAKING
Loading...
:

ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରଶାସକ ଏକାଦଶ ବିଜୟୀ

 ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ପ୍ରଶାସକ ଏକାଦଶ ବିଜୟୀ

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ମଧୁବନ ମିନି ଷ୍ଟାଡିୟମ ପରିସରରେ ଖଣ୍ଡପଡ଼ା ସ୍ପୋର୍ଟ୍ସ ଆସୋସିଏସନ ପକ୍ଷରୁ ଆୟୋଜିତ ୬ଷ୍ଠ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅବସରରେ ଦୁଇଟି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଲିଗ୍ ମ୍ୟାଚ ସାମ୍ବାଦିକ ଏକାଦଶ ଏବଂ ଓକିଲ ଏକାଦଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଖେଳ ଶେଷ ସୁଦ୍ଧା ଉଭୟ ଦଳ ମଧ୍ୟରେ ଗୋଲ ବରାବର ରହିବାରୁ ଟ୍ରାଏବେକରର ସହାୟତା ନିଆଯାଇଥିଲା। ତେବେ ଓକିଲ ଏକାଦଶ ୩-୨ ଗୋଲରେ ସାମ୍ବାଦିକ ଏକାଦଶକୁ ପରାସ୍ତ କରିଥିଲା। ସେହିପରି ଦ୍ୱିତୀୟ ଲିଗ୍ ମ୍ୟାଚ ପ୍ରଶାସକ ଏକାଦଶ ଏବଂ ରାଜନେତା ଏକାଦଶ ମଧ୍ୟରେ ମୁକାବିଲା ହୋଇଥିଲା। ପ୍ରଶାସକ ଏକାଦଶ ୫-୦ ଗୋଲରେ ରାଜନେତା ଏକାଦଶକୁ ପରାସ୍ତ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲା। ତେବେ ଫଳାଫଳ ନିର୍ଦ୍ଧାରଣ ପାଇଁ ପ୍ରଶାସକ ଏକାଦଶ ଏବଂ ଓକିଲ ଏକାଦଶ ମଧ୍ୟରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହୋଇଥିଲା। ସେଥିରେ ପ୍ରଶାସକ ଏକାଦଶ ୩-୦ ଗୋଲରେ ଓକିଲ ଏକାଦଶକୁ ପରାସ୍ତ କରି ବିଜୟୀ ହୋଇଥିଲା। ଆଜିର ଖେଳକୁ ମୁଖ୍ୟ ରେଫରୀ ସମୀର ଖୁଣ୍ଟିଆ ପରିଚାଳନା କରିଥିବା ବେଳେ ସୁଧାଂଶୁ ବେହେରା ଏବଂ ଆଶିଷ ଦାସ ମହାପାତ୍ର ଲାଇନରେ ସହାୟତା କରିଥିଲେ। ଏଥିସହ ଯୁବ ସାମ୍ବାଦିକ ସନ୍ତୋଷ କୁମାର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ। ସ୍ବର୍ଗତ ମହେନ୍ଦ୍ର ସ୍ୱାଇଁଙ୍କ ସୁପୁତ୍ର ତଥା ସ୍ଥାନୀୟ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ତତ୍ୱାବଧାନରେ ଆୟୋଜିତ ଆଜିର ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ଅତିଥି ଭାବେ ଖଣ୍ଡପଡ଼ା ବିଡ଼ିଓ ଅଙ୍କୁର ଅଭିଳାଷ, ଥାନାଧିକାରୀ ନିହାର ରଞ୍ଜନ ମହାନ୍ତି, ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ବିନାୟକ ମିଶ୍ର, ବରିଷ୍ଠ ନାଗରିକ ଫୋରମ ସଭାପତି ଅଖିଳ ମହାରଣା, ଶିଖରପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ନବକିଶୋର ସାହୁ, ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆରସିଂ ପ୍ରମୁଖ ଯୋଗଦେଇ ଖେଳକୁ ଉଦଘାଟନ କରିଥିଲେ। ଆୟୋଜକ ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନର ମୁଖ୍ୟ ତଥା କ୍ରୀଡ଼ାବିତ୍ ଭିକାରୀ ଖଣ୍ଡାୟତଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ତେବେ ମଙ୍ଗଳବାର ଭୁବନେଶ୍ବର ଏବଂ ଢେଙ୍କାନାଳ ମହିଳା ଫୁଟବଲ୍ ଟିମ୍ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଶ୍ରୀ ଖଣ୍ଡାୟତ ସୂଚନା ଦେଇଛନ୍ତି। ଏଥିସହ ଆସନ୍ତା ୫ତାରିଖ ବୁଧବାର ଦିନ କଟକ ଯୁବଜ୍ୟୋତି କ୍ଳବ୍ ଏବଂ ଭୁବନେଶ୍ୱର କଳିଙ୍ଗ ସ୍ପୋରଟିଂ କ୍ଲବ୍ ମଧ୍ୟରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS