BREAKING
Loading...
:

ଠେଙ୍ଗା ମାଡ଼ରେ ଜଣେ ମୃତ୍ୟୁ

 ଠେଙ୍ଗା ମାଡ଼ରେ ଜଣେ ମୃତ୍ୟୁ,


ଦଶପଲ୍ଲା ୩/୩(ମଣିଭଦ୍ରା ଖବର)  ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଦୁଡା ପଂଚାୟତ ର ଦୁଡା ଗ୍ରାମ ରେ ଠେଙ୍ଗା ମାଡ଼ରେ  ଜଣେ ବୃଦ୍ଧ ଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି, ମୃତ ବୃଦ୍ଧଙ୍କ ନାମ ସାରସ୍ଵତ ଜାନୀ ୬୨ ବର୍ଷ,ବୋଲି ଜଣାଯାଇଛି,

        ଆଦିବାସୀ ବହୁଳ ଦୁଡା ଗ୍ରାମରେ ରବିବାର ସନ୍ଧ୍ୟାରେ ମୃତ ସାରସ୍ଵତ ଏକ ଦୋକାନ ସମ୍ମୁଖରେ ବସିଥିଲେ, ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ହଠାତ୍ ଏକ ଠେଙ୍ଗା ଦ୍ୱାରା ତାଙ୍କୁ ଆକ୍ରମଣ କରିଥିଲେ, ଏବଂ ମୁଣ୍ଡ କୁ ଏକ ଶକ୍ତ ପାହାର ପକାଇଥିଲେ, ଘଟଣାସ୍ଥଳରେ ସେ ଗୁରୁତର ଆହତ ହୋଇ ସେଠାରେ ଟଳି ପଡ଼ି ମୃତ୍ୟୁ ଵରଣ କରିଥିଲେ ,ଖଵର ପାଇ ଵାଣିଗୋଛା ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜଵତ କରିଥିଲେ, ଏବଂ ଦଶପଲ୍ଲା ଡାକ୍ତର ଖାନାରେକୁ ବ୍ୟବଛେଦ ନିମନ୍ତେ ପଠାଇଥିଲେ,ସୋମବାର ବ୍ୟବଛେଦ କରାଯାଇ ପରିଵାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା, ହତ୍ୟା କାଣ୍ଡ ରକାରଣ ଜଣାପଡିନାହିଁ,ତେବେ ଅଭିଯୁକ୍ତ କାରୀ ଉକ୍ତ ଗ୍ରାମର ହୋଇଥିଲା ବେଳେ ସେ ଘଟଣା ପରେ ସେ ଫେରାର ହୋଇଯାଇଥିବା ପୋଲିସ ତଦନ୍ତରୁ ଜାଣିପାରିଛି,ତେବେ ମୃତ ବ୍ୟକ୍ତିଙ୍କ ପୁଅଙ୍କ ଅଭିଯୋଗ କ୍ରମେ ଏକ ହତ୍ୟା ମାମଲା ଵାଣିଗୋଛା ଥାନାରେ ୨୨/୨୫ ରେ ରୁଜୁ କରାଯାଇ ତଦନ୍ତ ଚାଲିଥିବା ଵାଣିଗୋଛା ଥାନା ଅଧିକାରୀ ବିନୟ ରଂଜନ ପରିଡାଙ୍କ ସୂତ୍ରରୁ ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS