BREAKING
Loading...
:

୧୯୭୧ ବ୍ୟାଚ୍ଚର ବନ୍ଧୁ ମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ

 ୧୯୭୧ ବ୍ୟାଚ୍ଚର ବନ୍ଧୁ ମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ

 


ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୧୯୭୧ ବ୍ୟାଚର ସହପାଠୀ ଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ମାଁ ଉମାଦେବୀ ପିଠ ରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମସ୍ତ ଙ୍କ ଉପସ୍ଥିତି ରେ ମାଁ ଉମାଦେବୀ ପିଠ ରେ ଭୋଗ ପୂଜାରେ ସମସ୍ତ ବନ୍ଧୁ ମାନଙ୍କ ମଙ୍ଗଳ କାମନା କରି ମିଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସହପାଠୀ କାଶି ନାଥ ଦାସ , ଆଇନଜୀବି ଦୃଗ୍ରା ଚରଣ  ନାୟକ, ସୋମନାଥ ତରାସିଆ,ସଚିଦାନନ୍ଦ  ମିଶ୍ର,  ନିର୍ମଳ ମହାନ୍ତି , କୈଳାସ ଚନ୍ଦ୍ର ମହାନ୍ତି, ପୂର୍ବ ତନ ସରପଞ୍ଚ ବେଣୁଧର ମହାରଣା ପ୍ରତ୍ୟେକ୍ଷ ତତ୍ବାବଧାନରେ ବନ୍ଧୁ ମିଳନ, ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦିବଂଗତ ସହପାଠୀଙ୍କ ଅମର ଆତ୍ମାର ସଦଗଦି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ଥିଲା। ଏଅବସର ଅନୁଷ୍ଠିତ ଗୁରୁ ପୂଜନ କାର୍ଯ୍ୟକ୍ରମ ରେ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଅବସପ୍ରାପ୍ତ କଳା ଶିକ୍ଷକ ଲଡୁ କିଶୋର ସିଂ ସାମନ୍ତ ଙ୍କୁ ଉପହାର ସହ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବନ୍ଧିତ କରାଯାଇ ଥିଲା। କାର୍ଯ୍ୟ କ୍ରମ ରେ ୬୦ ରୁ ଉର୍ଦ୍ଧ ସହପାଠୀ ଯୋଗଦାନ କରି ନିଜର ଭାବର ଆଦାନ ପ୍ରଦାନ କରିବା ସହ ପୂର୍ବ ଅନୁଭୂତୀ କୁ ମାନେ ପକାଇ ଥଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS