ଯାଗା ଅଭାବରୁ ହୋଇପାରୁନି ଡାକଘର
ଦଶପଲ୍ଲା (ମଣିଭଦ୍ରା ଖବର) ଦଶପଲ୍ଲା ବ୍ଳକର ସର୍ବ ବୃହତ୍ ଗ୍ରାମ ଭାବେ ଜଣାଶୁଣା ମଧ୍ୟଖଣ୍ଡ ପଞ୍ଚାୟତ ଏବଂ ମଧ୍ୟଖଣ୍ଡ ଗ୍ରାମ। ଡାକସେବା ଯୋଗାଇ ଦେବା ପାଇଁ ଆଜିକୁ ୧୦ବର୍ଷ ତଳେ ଡାକ
ବିଭାଗ ନିଷ୍ପତ୍ତି ନେଇ ଗ୍ରାମ ଭିତରେ ଭଡ଼ା ସୂତ୍ରରେ ଘରଟିଏ ନେଇ ଗ୍ରାମୀଣ ଡାକଘର ଟିଏ କରିଦେଲେ । ସେହି ଦିନ ଠାରୁ ଭଡ଼ା ଘରେ ଡାକ ଅଫିସ ଚାଲିଚି । ତେବେ ପଡୋଶୀ ବାଘୁଆ ପଶି, ତାଲେରା , ମହାନ୍ତି ପଲ୍ଲୀ, ତେନ୍ତୁଳିଆ ପଲ୍ଲୀ ପ୍ରଭୃତି ଗ୍ରାମ ଗୁଡ଼ିକର ଅଧିବାସୀ ମାନେ ନିଜ ଗ୍ରାମରୁ ମଧ୍ୟଖଣ୍ଡ ଗ୍ରାମ ଭିତରେ ଥିବା ଡାକଘରକୁ ଯିବାକୁ ଦୂର ଏବଂ କଷ୍ଟକର ହେଉ ଥିବାରୁ ରାସ୍ତା କଡ଼ରେ ଥିବା ସରକାରୀ ଯାଗା ଖାତା ନଂ -୧୪୧୬ ପ୍ଳଟ ନଂ -୪୧୯୬ ଏରିଆ ଏ୦/୫୦୦ ଡିସିମିଲ ମଧ୍ୟରୁ ଏ୦/୭୦ ଡିସିମିଲ ଯୋଗାଇ ଦେଇ ସେଠାରେ ଡାକଘର କରିବାକୁ ତହସିଲଦାରଙ୍କୁ ଜଣାଇଥିଲେ। ଏହା ଦ୍ବାରା ସରକାରୀ ଯାଗାରେ ରାସ୍ତା ପାଖରେ ଡାକଘର ନିର୍ମାଣ ହେଲେ ଏହା ଉପରେ ନିର୍ଭର କରୁଥିବା ଲୋକମାନେ ସୁବିଧା ପାଇବେ ବୋଲି ଆଶା କରାଗଲା । ଏ ସମ୍ପର୍କରେ ତହସିଲଦାର ଗତ୨୦୨୪ ଅକ୍ଟୋବର ୨୩ତାରିଖରେ ମଧ୍ୟ ଆବଶ୍ୟକ ନୋଟିସ ଜାରି କରିଛନ୍ତି । ମାତ୍ର ଏ ପର୍ଯ୍ୟନ୍ତ ଯାଗାଟିକୁ ଡାକଘର ନାମରେ କରାଯାଇ ପାରୁ ନଥିବାରୁ ପଇସା ଆସିଥିଲେ ବି ଘର ତିଆରି ଆରମ୍ଭ ହୋଇପାରୁନି । ତହସିଲଦାର ତ୍ଵରିତ ପଦକ୍ଷେପ ନେଇ ସାର୍ବଜନୀନ କାର୍ଯ୍ୟରେ ସହଯୋଗ କରିବାକୁ ନିବେଦନ କରାଯାଉଛି ।
ମଣିଭଦ୍ରା ଖବର, ଦଶପଲ୍ଲା
إرسال تعليق