ପାନୀୟ ଜଳ ସଙ୍କଟ ଯୋଗୁଁ ପଞ୍ଚାୟତ ଘେରାଉ କଲେ ଶହଶହ ମହିଳା
ଖଇରପୁଟ (ମଣିଭଦ୍ରା ଖବର) ଚଳିତ ଗ୍ରୀଷ୍ମ ଋତୁରେ ଜଳ ସଙ୍କଟର ଅଭାବ କୁ ପରିଲକ୍ଷିତ କରି,ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ଗ୍ରାମ ପଞ୍ଚାୟତର ୩ ଖଣ୍ଡ ଗ୍ରାମ ଯଥା ବାଲିଗୁଡା,ସିନ୍ଧିଗୁଡା ଓ ରାସବେଡା ଗ୍ରାମର ପାଖାପାଖି ୩୦୦ ରୁ ଉର୍ଦ୍ଧ ମହିଳା ଖାଲି ହାଣ୍ଡି ଓ ମାଠିଆ ଧରି ରାସବେଡା ଗ୍ରାମ ପଞ୍ଚାୟତ ମୁଖ୍ୟ ଫାଟକ ସମ୍ମୁଖରେ ପ୍ରତିବାଦ ସହ ଗଣ ଧାରଣା କରିଥିଲେ । ୱ।ର୍ଡ ମେମ୍ବର ରବି ମୁଦୂଲୀ ଙ୍କ ନେତୃତ୍ବରେ ଆଜି ଶହଶହ ମହିଳା ପଞ୍ଚାୟତ ସମ୍ମୁଖରେ ଏକତ୍ରିତ ହୋଇ ଖାଲି ହାଣ୍ଡି, ମାଠିଆ ଓ ଗରା ଧରି ପ୍ରତିକାତ୍ମକ ସ୍ୱରୂପ ପ୍ରଶାସନ ବିରୋଧରେ ବିଭିନ୍ନ ସ୍ଲୋଗାନମାନ ଦେଇ ଗଣଧାରଣା ଦେଇଥିଲେ । ଏଠାରେ ପ୍ରକାଶ କରିବାକୁ ଚାହୁଁ ଯେ ଉକ୍ତ ତିନି ଗୋଟି ଗ୍ରାମ ର ଲୋକ ପିଇବାପାଣି ମୁନ୍ଦାଏ ପାଇବା ପାଇଁ ଦୁଇ ତିନି କିଲୋମିଟର ବାଟ ଅତିକ୍ରମ କରି ନିକଟସ୍ଥ ଝରଣାରୁ ଜଳ ସ°ଗ୍ରହ କରି ଘରକୁ ଫେରିଥାନ୍ତି । ଏହି ସମୟରେ ନାନା ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିଥାଏ । ପୁର୍ବରୁ ଅନେକ ଥର ଉକ୍ତ ବିଷୟରେ ରାସବେଡା ସରପଞ୍ଚ,ବ୍ଲକ ଅଧ୍ୟକ୍ଷ ମାନଙ୍କୁ ଜଣାଇଥିଲେ ସୁଦ୍ଧା ପାନୀୟ ଜଳର କୌଣସି ସୁବିଧା କରିନଥିବାରୁ ଆଜି ତିନି ଗୋଟି ଗ୍ରାମର ମହୀଳା ମାନେ ଏପରି ଅଭିନବ ଇପାୟ ଅବଲମ୍ବନ କରି ପ୍ରତିବାଦ ଜଣାଇବା ସହ ଗ୍ରାମୀଣ ପାନୀୟ ଜଳ ବିଭାଗୀୟ ଯନ୍ତୀଙ୍କୁ ଘେରିବା ସହିତ ଖଇରପୁଟ ବ୍ଲକ ବିଡ଼ିଓଙ୍କ ଉଦ୍ଦେଶ୍ୟରେ ସରପଞ୍ଚଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ପ୍ରଶାସନ ଉକ୍ତ ଗ୍ରାମର ଲୋକମାନଙ୍କୁ ପିଇବା ପାଣି ଯୋଗାଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق