ଗଣିଆ ତଳବଜାରରେ ଥିବା ମା ମଙ୍ଗଳାଙ୍କ ଜନ୍ମବାର୍ଷିକ ଉତ୍ସବ ପାଳିତ
ଗଣିଆ (ମଣିଭଦ୍ରା ଖବର) ଗଣିଆ ତଳବଜାର ପରିସରରେ ଥିବା ମା ମଙ୍ଗଳାଙ୍କ ଜନ୍ମବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଦିବା ୧୧ ଘଟିକା ସମୟରେ ଠାକୁରାଣୀଙ୍କ ପୂଜାର୍ଚ୍ଚନା,ପୂଷ୍ପାଞ୍ଜଳୀ, ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶତାଧିକ ମହିଳା ଉପସ୍ଥିତ ରହି ମା'ଙ୍କ ପୂଜାର୍ଚ୍ଚନା କରିଥିଲେ । ହରିବୋଲ ହୁଳହୁଳି ଧୁପପୁଷ୍ପରେ ମନ୍ଦିର ପରିସର କମ୍ପି ଉଠିଥିଲା । ଦିନ ତମାମ ଏଠାରେ ଗହଳି ଚହଳି ଲାଗି ରହିଥିଲା । ସଂଧ୍ୟାରେ ଦୃଷ୍ଟିହୀନ ଲୋକ ସଙ୍ଗୀତ ପରିଷଦ,ବାହାଡାଝୋଲା ତରଫରୁ ଭଜନ ପରିବେଷଣ କରାଯାଇଥିଲା । ଦୃଷ୍ଟିହୀନ କଳାକାର ମାନଙ୍କର ଏଭଳି ସୁନ୍ଦର ସଙ୍ଗୀତ ଶ୍ରବଣ କରିବା ପାଇଁ କଳା ପ୍ରେମୀଙ୍କ ସମାଗମ ହୋଇଥିଲା । ପ୍ରାୟ ୨୦୦୦ରୁ ଅଧିକ ଭକ୍ତଙ୍କ ପାଇଁ ପ୍ରସାଦର ବନ୍ଦୋବସ୍ତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବିଧାୟକ ରମେଶ ଚନ୍ଦ୍ର ବେହେରା,ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବିଭୁକୃପା ଲାଭ କରିଥିଲେ । ମଙ୍ଗଳା ମନ୍ଦିର ସଂପୂର୍ଣ୍ଣ ହେବା ପାଇଁ ସମସ୍ତ ସହଯୋଗ କରିବାକୁ ବିଧାୟକ ପ୍ରତିଶୃତି ଦେଇଥିଲେ । କମିଟିର କୁଳମଣି ସାହୁ,ଅଜୟ କୁମାର ଲେଙ୍କା, ଦାଶରଥି ସାହୁ, ପ୍ରଦୀପ୍ତ କୁମାର ମହାପାତ୍ର, ଚିତ୍ତରଞ୍ଜନ ସାହୁ, ସନ୍ତୋଷ କୁମାର ଲେଙ୍କାଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । କମିଟି ସଦସ୍ୟମାନଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ପ୍ରତିବର୍ଷ ଏହି ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଆସୁଛି ।
ମଣିଭଦ୍ରା ଖବର, ଗଣିଆ
إرسال تعليق