BREAKING
Loading...
:

୧୫ ଦିନିଆ ଦଣ୍ଡପର୍ବ ଆରମ୍ଭ, ପାଣିତୋଳା ବିଧିସମ୍ପନ୍ନ

 ୧୫ ଦିନିଆ ଦଣ୍ଡପର୍ବ ଆରମ୍ଭ।

 ପାଣିତୋଳା ବିଧିସମ୍ପନ୍ନ

ଖଣ୍ଡପଡ଼ା,୩୦।୩ (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରପଡା ଗ୍ରାମରେ ଦଣ୍ଡପର୍ବ ନିମନ୍ତେ ପାଣିତୋଳା ସହ ୧୫ଦିନିଆ ଯାତ୍ରା ଆରମ୍ଭ ହୋଇଛି | ଆଜି ଅପରାହ୍ନ୍ନ ରେ ମାନସିକଧାରୀ ଦଣ୍ଡୁଆମାନେ ଏକତ୍ର ହୋଇ ଗ୍ରାମର ଇଷ୍ଟ ଦେବ ଶ୍ରୀ ଶ୍ରୀ ଲଡ଼ୁକେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଥିବା ନୂଆ ପୋଖରୀଠାରେ  ପାରମ୍ପରିକ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଦଣ୍ଡକାଳୀଙ୍କୁ ଆବାହନ  କରିଥିଲେ I ହୋମ ଯଜ୍ଞ ସହ ଷୋଡ଼ଶ ଉପଚାର  ପରେ ଠାକୁର ସମଗ୍ର ଗ୍ରାମକୁ ଢୋଲ, ଝାଞ୍ଜ, ମହୁରୀ ବାଦ୍ୟ ଓ ହରିବୋଲ, ହୁଳହୁଳି ତଥା ଶଙ୍ଖ ଧ୍ବନିରେ ପରିକ୍ରମା କରିଥିଲା | ଏ ଅବସରରେ ଗ୍ରାମର ପ୍ରତ୍ୟେକ ଘର ସାମ୍ନାରେ ପୂର୍ଣ୍ଣକୁମ୍ଭ, ଧୂପ, ଦୀପ ସହିତ ବିଭିନ୍ନ ଭୋଗ ରଖାଯାଇଥିଲା I ଆସନ୍ତା ମହାବିଷୁବ  ପଣା ସଂକ୍ରାନ୍ତି ଦିନ ମାନସିକଧାରୀ ଦଣ୍ଡୁଆମାନେ ବାରହାତ ନିଆଁରେ ଝାମୁ ଚାଲିବା କାର୍ଯ୍ୟକ୍ରମ ରହିଥ‌ିବା  ପାଟଦଣ୍ଡୁଆ ପଞ୍ଚାନନ ପ୍ରଧାନ ଓ ପାଟ ଭୋଗତ ଶଙ୍କର ବେହେରା  ସୂଚନା ଦେଇଛନ୍ତି । କୁମ୍ଭାରପଡା ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ବହୁ ବର୍ଷ ପୂର୍ବରୁ ଏହି ଯାତ୍ରା ହୋଇ ଆସିଥିବା  ବେଳେ ଆଗକୁ ଏମିତି ଶାନ୍ତି ଶୃଙ୍ଖଳାର ସହିତ ଚାଲିବ ବୋଲି ଗ୍ରାମବାସୀଙ୍କ ଠାରୁ ସୂଚନା  ମିଳିଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS