ମଣ୍ଡଳ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ
କେନ୍ଦ୍ରାପଡ଼ା (ମଣିଭଦ୍ରା ଖବର)
ଫୋରଡ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାଙ୍ଗଣ ଠାରେ କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ନିପୁଣ ଓଡିଶା କାର୍ଯ୍ୟକ୍ରମ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ହିରଣ୍ଯ ବାରିକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ଯକ୍ରମ ରେ ମୁଖ୍ଯ ଅତିଥି ଜୋନ ନଂ 8 ର ଜିଲ୍ଲାପରିଷଦ ସଭ୍ଯ ରଶ୍ମିରଞ୍ଜନ ରାଉତ, ସମ୍ମାନିତ ଅତିଥି କଂସାର ଗ୍ରାମ ପଞ୍ଚାୟତ ସରପଞ୍ଚ ସରୋଜିନୀ ନାୟକ, ସହ ମଣ୍ଡଳ ଶିକ୍ଷାଧିକାରୀ ଅନ୍ନପୂର୍ଣ୍ଣା ପଣ୍ଡା,ଫୋରଡ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ରାଉତ, କଂସାର ସାହସପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳ ସାମ୍ବାଦିକ ନିରଂଜନ ପରିଡା ଯୋଗଦେଇ ନିପୁଣ ଓଡିଶା ସମ୍ପର୍କ ରେ ସାକ୍ଷରତା ଓ ସଂଖ୍ଯାଜ୍ଞାନ ର ସର୍ବନିମ୍ନ ଉପଲବ୍ଧି ସ୍ତର ହାସଲ ଉପରେ ଗୁରୁତ୍ବ ଦେଇଥିଲେ। ଏହି ଉପଲବ୍ଧି ସ୍ତର ହାସଲ ପାଇଁ ପିତାମାତା ଶିକ୍ଷକ ଶିକ୍ଷୟିତ୍ରୀଙ୍କର ମିଳିତ ଦାୟିତ୍ବର ଆବଶ୍ୟକତା ଅଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସଭା ଆରମ୍ଭ ରେ ସ୍ବାଗତ ନୃତ୍ଯ ପରିବେଷଣ କରିଥିଲେ ଫୋରଡ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାନେ ଓ ଅତିଥି ପରିଚୟ ଏବଂ ସଭା ସଞ୍ଚାଳନ କରିଥିଲେ ସି ଆର ସି ସି ଅନନ୍ତ କୁମାର ପରିଡା ।ଧନ୍ୟବାଦ ଅର୍ପଣ କରିଥିଲେ ସିଆରସିସି ପ୍ରଦୀପ ଖଟୁଆ। ପ୍ରାୟ 50ରୁ ଉର୍ଦ୍ଧ୍ବ FLN ଷ୍ଟଲ ଆସିଥିଲା। କୃତୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଓ ଛାତ୍ର ଛାତ୍ରୀଙ୍କୁ ପ୍ରଶଂସା ପତ୍ର ଓ ଟ୍ରଫି ନିମନ୍ତ୍ରିତ ଅତିଥିବୃନ୍ଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ସିଆରସିସି ଅସଗର ଅଲ୍ଲୀ, ଅଚ୍ୟୁତାନନ୍ଦ ସାମଲ, କିଶୋର ଚନ୍ଦ୍ର ଜେନା, ଦେବୀପ୍ରସାଦ ଦାସ, ତପନ vh ଜେନା ବିଭୂ ପ୍ରସାଦ ନାୟକ, ବୈଲୋଚନ ସାମଲ, ରଂଜନ ରାଉତ, ଶୁଭେନ୍ଦୁ ବେହେରା, ଶୈଲେନ ପରିଡା ମହମ୍ମଦ ଗ୍ଯାସୁଦ୍ଦିନ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment