BREAKING
Loading...
:

୨ଦିନ ତଳେ ଠେଙ୍ଗାରେ ପିଟି ବୃଦ୍ଧଙ୍କୁ ହତ୍ୟା,ଆଜି ମିଳିଲା ଅଭିଯୁକ୍ତଙ୍କ ମୃତଦେହ

 ୨ଦିନ ତଳେ ଠେଙ୍ଗାରେ ପିଟି ବୃଦ୍ଧଙ୍କୁ ହତ୍ୟା,ଆଜି ମିଳିଲା ଅଭିଯୁକ୍ତଙ୍କ ମୃତଦେହ 

ଦଶପଲ୍ଲା (ଶିବାନୀ ଦୀପାଞ୍ଜଳୀ) ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ ଦୁଡ଼ା ଗ୍ରାମରେ ଗତ 2 ଦିନ ତଳେ ଘଟିଯାଇଛି ଅଭାବନୀୟ ଘଟଣା.ସୂଚନା ଥାଉକି 2 ଦିନତଳେ ତଲାପାଜୁ ଗ୍ରାମର ସାରସ୍ୱତ ଜାନି (60) କୁ ଦୁଡ଼ାଛକ ଠାରେ ଦୁଡ଼ା ଗ୍ରାମର ଯୋଗେନ୍ଦ୍ର କହଁର ଠେଂଗାରେ ପିଟିପିଟି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଥିଲା. ପରେ ଖବର ପାଇ ବାଣୀଗୋଛା ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ଖୋଳତାଡ଼ ଆରମ୍ଭ କରିଦେଇଥିଲା. ଆଜି ଅପରାହ୍ନରେ ଦୁଡ଼ା ନିକଟସ୍ଥ ତଲାପାଜୁ ଠାରେ ଥିବା ଏକ ଘଞ୍ଚ ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ଯୋଗେନ୍ଦ୍ର ଙ୍କ ମୃତଦେହ ଉଦ୍ଧାର କରିଛି ବାଣୀଗୋଛା ପୋଲିସ.ତେବେ ପୋଲିସର ସମସ୍ତ ତଦନ୍ତ ପରେ ଘଟଣା ଉପରୁ ପରଦା ଉଠିବ ବୋଲି ଚର୍ଚ୍ଚା ହେଉଛି ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS