BREAKING
Loading...
:

ଜରୁରୀକାଳୀନ ପରିସ୍ଥିତି ସମୟରେ ବନ୍ଦୀମାନଙ୍କୁ ମାସିକ ପେନସନ ପ୍ରଦାନ ସମ୍ବନ୍ଧରେ ବିଧାନ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିବୃତି

 ଜରୁରୀକାଳୀନ ପରିସ୍ଥିତି ସମୟରେ ବନ୍ଦୀମାନଙ୍କୁ ମାସିକ ପେନସନ ପ୍ରଦାନ ସମ୍ବନ୍ଧରେ ବିଧାନ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିବୃତି 


  25 ଜୁନ 1975 ମସିହାରୁ 21 ମାର୍ଚ୍ଚ 1977 ମସିହା ପର୍ଯ୍ୟନ୍ତ ଜାତୀୟ  ଜରୁରୀକାଳୀନ ପରିସ୍ଥିତି ସମୟରେ MISA, DIR ଏବଂ DISIR ପ୍ରଭୃତି ଆଇନ ବଳରେ ଗିରଫ ହୋଇଥିବା ବନ୍ଦୀମାନଙ୍କୁ ସରକାରଙ୍କ ଦ୍ୱାରା ମାସିକ ପେନସନ ଦେବାପାଇଁ   ଗତ ସ୍ୱାଧୀନତା ଦିବସରେ ଘୋଷଣା କରାଯାଇଥିଲା l


 ସେହି ଘୋଷଣା ମୁତାବକ, ସରକାରଙ୍କ ଦ୍ୱାରା ଏକ ସଂକଳ୍ପ ପତ୍ର 13 ଜାନୁୟାରୀ 2025 ତାରିଖରେ ଜାରି କରାଯାଇଥିଲା l


 ସେହି ସଂକଳ୍ପ ପତ୍ରରେ ଜରୁରୀକାଳୀନ ପରିସ୍ଥିତି ସମୟରେ ବନ୍ଦୀ ହୋଇଥିବା ବ୍ୟକ୍ତିମାନଙ୍କୁ ଜିଲ୍ଲାପାଳମାନଙ୍କ ନିକଟରେ ଆବେଦନ କରିବାକୁ ଘୋଷଣା କରାଯାଇଥିଲା l 



ସମ୍ପୃକ୍ତ ଜିଲ୍ଲାପାଳମାନେ ବନ୍ଦୀମାନଙ୍କ ଠାରୁ ପ୍ରାପ୍ତ ହୋଇଥିବା ଆବେଦନ ପତ୍ର ଗୁଡିକୁ ଜିଲ୍ଲାସ୍ତରୀୟ କମିଟିରେ  ତର୍ଜମା କରି ରାଜ୍ୟ  ସ୍ତରୀୟ କମିଟିକୁ ପ୍ରେରଣ କରିଥାନ୍ତି l 



ଇତିମଧ୍ୟରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ସ୍ତରୀୟ କମିଟିର ନିଷ୍ପତ୍ତିକୁ ବିଚାରକରି ପ୍ରଥମ ପର୍ଯ୍ୟାୟରେ ଏକୋଇଶ (21) ଜଣଙ୍କୁ  01 ଜାନୁୟାରୀ 2025 ତାରିଖଠାରୁ ମାସିକ କୋଡ଼ିଏ ହଜାର ଟଙ୍କା ପେନସନ ଦେବା ପାଇଁ ରାଜ୍ୟସ୍ତରୀୟ କମିଟି ସୁପାରିଶ କରିଛନ୍ତି l


 ରାଜ୍ୟ ସରକାର ଇତି ମଧ୍ୟରେ ଏହାକୁ ଅନୁମୋଦନ କରିଛନ୍ତି l


MISA, DIR ଏବଂ DISIR ବନ୍ଦୀମାନଙ୍କଠାରୁ ଗ୍ରହଣ ହୋଇଥିବା ଅନ୍ୟ ଆବେଦନ ପତ୍ରଗୁଡିକୁ ବିଚାର କରାଯାଇ ପରବର୍ତ୍ତୀ ପର୍ଯ୍ୟାୟରେ ସେହିମାନଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS