BREAKING
Loading...
:

ଗଣିଆରେ ନୂତନ ବିଡ଼ିଓ ଭାବେ ଦାୟିତ୍ୱ ନେଲେ ସାଗର ନନ୍ଦ

 ଗଣିଆରେ ନୂତନ ବିଡ଼ିଓ ଭାବେ ଦାୟିତ୍ୱ ନେଲେ ସାଗର ନନ୍ଦ 

ଗଣିଆ (ମଣିଭଦ୍ରା ଖବର) ଦୀର୍ଘଦିନର ପ୍ରତିକ୍ଷାର ଅବସାନ ଘଟିଛି । ଗଣିଆରେ ନୂତନ ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସାଗର ନନ୍ଦ । ଗୁରୁବାର ୪ ଘଟିକା ସମୟରେ ସେ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ବ୍ଳକ ତରଫରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଭିନ୍ନ ବିଭାଗୀୟ କର୍ମଚାରୀମାନେ ତାଙ୍କୁ ଭେଟି ସମ୍ବର୍ଦ୍ଧିତ କରିଥିଲେ । ଭାରପ୍ରାପ୍ତ ବିଡ଼ିଓ ପ୍ରିତିବାଳା ରଣାଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କରିଥିବା ଜଣାପଡିଛି । ଆଗାମୀ ଦିନରେ ଗଣିଆରେ ଥିବା ସମସ୍ତ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ସେ ପ୍ରତିଶୃତି ଦେଇଥିଲେ । ସୂଚନା ଯୋଗ୍ୟ ଯେ ଶ୍ରୀନନ୍ଦ ପୂର୍ବରୁ ଜଗତସିଂହପୁର ଠାରେ ବିଡ଼ିଓ ଭାବେ କାର୍ଯ୍ୟରତ ଥିଲେ । ଗତ ଫେବୃୟାରୀ ମାସ ୧୫ ତାରିଖରେ ତାଙ୍କର ବଦଳି ଗଣିଆ ବ୍ଳକକୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS