BREAKING
Loading...
:

ଶିଶୁମାନଙ୍କ ବିକାଶ ରେ ଦେଶର ବିକାଶ

 ଶିଶୁମାନଙ୍କ ବିକାଶ ରେ ଦେଶର ବିକାଶ 

ଦଶପଲ୍ଲା (ମଣିଭଦ୍ରା ଖବର) ମାନବ ଜନ୍ମ ର ଶିଶୁ ଅବସ୍ଥାରେ ହିଁ ମସ୍ତିଷ୍କର ବିକାଶ ହେଲେ ତାହା ଦୀର୍ଘ ସ୍ଥାୟୀ ହେବା ସହ ଭବିଷ୍ୟତର ଲକ୍ଷ୍ୟ ସ୍ଥଳ ସ୍ଥିର କରିବାକୁ ମାର୍ଗ ପ୍ରଶସ୍ତ କରେ । ସେଥିପାଇଁ ଆମ ଦେଶର ଶିଶୁଙ୍କ ଅପେକ୍ଷା ଜାପାନ, ଜର୍ମାନ,ଚାଇନା ଆଦି ଦେଶର ଶିଶୁ ଅଧିକ କ୍ରିୟାଶୀଳ। ଆମ ଶିଶୁ ମାନଙ୍କୁ ଆମେ ଆମ ସଂସ୍କୃତି ପରମ୍ପରା ଉପରେ ଆଲୋକପାତ କରୁନାହୁଁ, ସୃଜନ ଶୀଳତା ସୃଷ୍ଟି କରିବାକୁ ସ୍ବାଧୀନତା ଦେଉ ନାହୁଁ। ଫଳରେ ଆମ ପିଲାମାନେ କେବଳ ସାର୍ଟିଫିକେଟ ହାସଲ କରିବା ପାଇଁ ପାଠ ପଢ଼ୁଛନ୍ତି ବୋଲି ଆଜି କଇମ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅବସରରେ ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ କୁମାର ରଣା ଙ୍କ ସଭାପତିତ୍ବରେ ଅନୁଷ୍ଠିତ "ଆମ ସଂସ୍କୃତି ଆମ ଖେଳନା" କାର୍ଯ୍ୟକ୍ରମ ଏବଂ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଶ୍ମିରଞ୍ଜନ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ପରିଚାଳନା କମିଟି ସଭାପତି ରାଜକିଶୋର ପ୍ରଧାନ, ଆଦିକନ୍ଦ ପ୍ରଧାନ, ଶିକ୍ଷକ ବିଜୟ କୁମାର ଘଡେ଼ଇ, ଅବସରପ୍ରାପ୍ତ ଶିକ୍ଷକ ଯୁଗଳ କିଶୋର ବେହେରା,ଡା.ପ୍ରଫୁଲ୍ଳ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରତ୍ୟେକ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ କରିଥିବା ଖେଳନା ପ୍ରଦର୍ଶନ ପରେ ସମସ୍ତଙ୍କୁ ପୁରସ୍କୃତ କରା ଯାଇଥିଲା ।ପରେ ପରେ ପରିଚାଳନା କମିଟି ସହ ଅତିଥି ମାନଙ୍କୁ  ମଧ୍ୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଶିକ୍ଷକ ଲକ୍ଷ୍ମଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS