ମହାନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ବଡମୂଳ ମହାନଦୀ କୂଳରେ ସୋମବାର ଏକ ଅଜଣା ଯୁବକଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ଗ୍ରାମବାସୀ ଗଣିଆ ଥାନାକୁ ଖବର ଦେଇଥିଲେ । ଦମକଳ ଅଧିକାରୀ ବିଜୟାନନ୍ଦ ପରିଡା ଏବଂ କର୍ମଚାରୀ ମହାନଦୀରୁ ଯୁବକଙ୍କ ଶବଟିକୁ ମହାନଦୀ କୂଳକୁ ଆଣିଥିଲେ । ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛନ୍ତି ।
ତେବେ ମୃତ ଯୁବକଟିର ପରିଚୟ ମିଳି ପାରିନଥିବା ଥାନା ଅଧିକାରୀ ପ୍ରକାଶ କରିବା ସହିତ ଯୁବକ ଜଣକ ମାନସିକ ବିକୃତ ଥିଲେ ବୋଲି ଜଣାଇଛନ୍ତି । ଯୁବକଟି କିଛି ଦିନ ହେବ ସେଠାରେ ବୁଲାବୁଲି କରିବା ସହିତ ମହାନଦୀ ପାଣିରେ ଗାଧୋଉଥିଲା । ତେବେ ଅସାବଧାନତା ବସତ ଗଭୀର ଜଳରେ ବୁଡ଼ି ଯାଇଥିବା ଆଶଙ୍କା କରାଯାଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق