BREAKING
Loading...
:

ଶିଶୁ ମନ୍ଦିର ରେ ବିଜ୍ଞାନ ଦିବସ

 ଶିଶୁ ମନ୍ଦିର ରେ ବିଜ୍ଞାନ ଦିବସ 

ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ ଜାତୀୟ ବିଜ୍ଞାନ ଦିବସ ପାଳନ ଶୁକ୍ରବାର ପାଳିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର କାର୍ଯ୍ୟକ୍ରମ କୁ ଉଦ୍ ଘାଟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ର କୁମାର ପ୍ରଧାନ ଙ୍କ ପୈାରହିତ ରେ ଶିକ୍ଷୟିତ୍ରୀ ମମତା ମହାନ୍ତି, ଲକ୍ଷ୍ମୀ ପ୍ରଧାନ ଶିକ୍ଷକ ବିଶ୍ଵଜିତ ନାୟକ ପ୍ରମୁଖ ବିଜ୍ଞାନ ଦିବସ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ। ବିଶିଷ୍ଟ ବୈଜ୍ଞାନିକ ସି ଭି ରମଣ ଙ୍କ ଜୟନ୍ତୀ ଉତ୍ସବ କୁ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯିବାର ତାତ୍ପର୍ଯ୍ୟ ସମ୍ପର୍କରେ ମୂଖ୍ୟ ଅତିଥି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସାଧାରଣ ବିଜ୍ଞାନ ପ୍ରତିଯୋଗିତା ହୋଇଥିଲା। ବିଜ୍ଞାନ ଫଟୋ ଚିତ୍ର ଲଗାଯାଇ ବିଜ୍ଞାନ ର ଉନ୍ନତି କରଣ ପାଇଁ ବକ୍ତୁତା ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଶେଷରେ ପ୍ରଦୀପ୍ତ କୁମାର ଧନ୍ୟବାଦ ଜଣାଇଥିଲେ।

ମଣିଭଦ୍ରା ଖବର , ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS