ଖଣ୍ଡପଡ଼ା ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ
ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହର ର ବାଇପାସ୍ ରାସ୍ତା ଦୀର୍ଘ ୨ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲିଥିଲାବେଳେ ତଥାପି କାର୍ଯ୍ୟ ସରି ପାରୁନାହିଁ।୨ କିମି ରାସ୍ତା କାର୍ଯ୍ୟ ପାଇଁ ଆଉ କେତେ ମାସ ଲାଗିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରୁନଥିବାରୁ ସହର ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ରାସ୍ତା ଦେଇ କଲଭଟ ଜାଗା ଗୁଡିକରେ ପିଚୁରପରିମାଣ କମ୍ ଥିବା ର ଜଣାପଡିଛି ତେଣୁ କାର୍ଯ୍ୟ ନ ରୁଣୁ ସେହି ରାସ୍ତା ପାର୍ଶ୍ଵରେ ଥିବା ପିଚୁ ଚାଦର ଉଠିବାର ପରିଲକ୍ଷିତ ହୋଇଛି।। ଉକ୍ତ ରାସ୍ତା ଦେଇ ପ୍ରତ୍ୟେକ ଦିନ ସହ ସହ ଗାଡ଼ି ଯାତାୟାତ କରୁଥିବା ରୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଖଣ୍ଡପଡ଼ା ସହର ର ସମସ୍ତ ଜନସାଧାରଣରେ ପ୍ରତିବାଦ ସୃଷ୍ଟି ହୋଇଛି ଓ ତୁରନ୍ତ କାର୍ଯ୍ୟ ସେଷ କରିବାପାଇଁ ପୂର୍ତ୍ତ ବିଭାଗ ମୂଖ୍ୟ ଯାନ୍ତ୍ରି, ନୟାଗଡ଼ ଜିଲ୍ଲା ଅଧୀକ୍ଷଣ ଯାନ୍ତ୍ରୀ ଓ ଖଣ୍ଡପଡ଼ା ସରକାରୀ ନିର୍ବାହି ଯାନ୍ତ୍ରି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق