BREAKING
Loading...
:

ସାନ୍ତାଳୀ ନବବର୍ଷ ୨୦୨୫ ପାଳିତ

 ସାନ୍ତାଳୀ ନବବର୍ଷ ୨୦୨୫ ପାଳିତ                                         


ରାଇରଙ୍ଗପୁର ସହରସ୍ତ ପଣ୍ଡିତ ରଘୁନାଥ ମୁର୍ମୁ ଛକ ଠାରେ ଖେରୱାଲ ଜୁମିଦ ଆନୁକୂଲ୍ଯରେ ସାନ୍ତାଳୀ ନବବର୍ଷ ୨୦୨୫ ମାଘେ ମୁଲ୍ଲୁ ପାଳିତ ହୋଇଯାଇଛି I ସର୍ବପ୍ରଥମେ କମିଟୀର ସମସ୍ତ ସଦସ୍ଯ ସେଠାରେ ଏକତ୍ରିତ ହେଲା ପରେ  ସାନ୍ତାଳୀ ଲିପି ପ୍ରତିଷ୍ଠାତା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପାଦପଦ୍ମ ରେ ଧୂପ, ଦୀପ ଓ ନାରିକେଳ ଚଢାଇବା ପରେ ତାଙ୍କ ଠାରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ I ଏହାପରେ ସମସ୍ତେ ହର୍ଷଉଲ୍ଲାସ ଆନନ୍ଦରେ ହାତକୁ ହାତ ଧରି ନାଚି ସାନ୍ତାଳୀ ନବବର୍ଷକୁ ସ୍ବାଗତ ଜଣାଇଥିଲେ I ମାଦଳର ତାଳେ ତାଳେ ସେମାନଙ୍କର ନାଚ ଉତ୍ସାହଜନକ ଦେଖାଯାଇଥିଲା I  ଏ ବିଷୟରେ କମିଟୀର ବରିଷ୍ଠ ସଦସ୍ଯ କହନ୍ତି ଏହି ମାଘେ ମୁଲ୍ଲୁ ସାନ୍ତାଳୀ ନବବର୍ଷ ପ୍ରତିବର୍ଷ ପାଳିତ ହୋଇଆସୁଛି I ଏହା ଖୁସି ଓ ଆନନ୍ଦର ଦିନ I କେବଳ ଆଜି ସାନ୍ତାଳୀ ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ସ୍ମରଣ ନକରି ପ୍ରତିଦିନ ତାଙ୍କର ନୀତିଆଦର୍ଶକୁ ମନେ ପକାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ  କରିବା ଉଚିତ  I ଏହିଭଳି ପବିତ୍ର ଦିନରେ ତାଙ୍କୁ କୋଟି କୋଟି ନମସ୍କାର ଜଣାଇବା ସହିତ ତାଙ୍କର  ଗୁଣକିର୍ତ୍ତନ କରିବା ସମସ୍ତଙ୍କ ଆଲୋଚ୍ଯ ବିଷୟ ମନେହୁଏ  I

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS