ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ନୟାଗଡ଼ (ମଣିଭଦ୍ରା ଖବର) ନୟାଗଡ଼ ଖୁଣ୍ଟୁବନ୍ଧ ଠାରେ ଥିବା ଉପକାରାଗାର ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କାରାଗାର ଅଧିକ୍ଷକ ପ୍ରଫୁଲ୍ଲ କୁମାର କବିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାରାଗାର ପରିସରରେ ଅନ୍ତେବାସୀ ମାନେ ଖୋଳ କୀର୍ତ୍ତନ କରି କାରାଗାର ପରିସରରୁ ସଭା ସ୍ଥଳକୁ ପାଛୋଟି ଆଣିଥିଲେ । ଆୟୋଜିତ ସଭାରେ ଅଧିକ୍ଷକ ପ୍ରଫୁଲ୍ଲ କୁମାର କବି,ଉପ ଅଧିକ୍ଷକ ଅଜିତ ବେହେରା, ଡାକ୍ତର ସ୍ମୃତି ରଞ୍ଜନ ବଳିୟାର ସି°, ଅଧିକ୍ଷକଙ୍କ ଧର୍ମପତ୍ନୀ ପ୍ରମୁଖ ଉପସ୍ଥିତ ଥିଲେ । କାରାଗାର ତରଫରୁ ବିଦାୟୀ ଅଧିକ୍ଷକଙ୍କୁ ଉପହାର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଶ୍ରୀ କବିଙ୍କ ସମ୍ପର୍କରେ ଅନ୍ତେବାସୀ ମାନେ ଅନେକ ମତ ପ୍ରଦାନ କରିବା ସହିତ ତାଙ୍କ ସ୍ଥାନ କେହି ବି ପୂରଣ କରିପାରିବେ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । କାରାଗାରକୁ ନିଜ ପରିବାର ବୋଲି ମୁଁ ସବୁବେଳେ ଭାବିବା ସହିତ ଅନ୍ତେବାସୀ ମାନଙ୍କ ଭଲ ମନ୍ଦ ବୁଝିବା ମୋ କର୍ତ୍ତବ୍ୟ ବୋଲି ଅଧିକ୍ଷକ ପ୍ରକାଶ କରିଥିଲେ । ଏପରିକି ଅନ୍ତେବାସୀ ମାନେ ନିଜ ନିଜ ଭିତରେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ସେ ଆହ୍ବାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ଅଧିକ୍ଷକ ମନୁ ବେହେରା, ମିନକେତନ ମଲ୍ଲିକ,ତପନ ପ୍ରଧାନ,ତପନ ପାତାଳ ସିଂ, ଅଭିରାମ ସାହୁ, ଜିତେନ୍ଦ୍ର ବେହେରା,ସବିତା ବେହେରା, ବିକାଶ ସାହୁ,ସାଗର କୁମାର ପ୍ରମୁଖ ଉପସ୍ଥିତ ରହି ସୂଚାରୁରୂପେ ସମ୍ପାଦନ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment